News portal website
before header
[URIS id=5393]

କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଚାଲାଣ;ତିନି ଗିରଫ।!

0 215

ଅଷ୍ଟିନ ନ୍ୟୁଜ୍/କଟକ

ତା-୦୭-୦୬-୨୦୨୧

କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ତାଲାବନ୍ଦ ଲାଗୁ କରାଯାଇଛି।ଏହି କଟକଣା ଭିତରେ ଚାଲୁଥିଲା ବ୍ରାଉନସୁଗାର ବେପାର । ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି । ସ୍ବତନ୍ତ୍ର ଅଭିଯାନରେ କଟକ ସିଡିଏ ଅଂଚଳରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ପୋଲିସ

ଗିରଫ ହୋଇଥିବା ତିନି ଅଭିଯୁକ୍ତ

ଗୁଇନ୍ଦା ସୂଚନା ପାଇ କମିଶନରେଟ ପୋଲିସ ଚଢାଉ କରିଥିଲା। କଟକ ସିଡିଏ-୬ ରେ ଚଢାଉ କରି ଅପରାଧୀ ମାନଙ୍କୁ ଧରିଥିଲା।ଘଟଣାସ୍ଥଳରୁ ତିନି ଜଣଙ୍କୁ ଗିରଫ କରିଛି ।ଏମାନେ ହେଲେ ଶେଖ ତମିର , ଶେଖ ଇରସତ ଓ ଶେଖ ଆଲାଉଦ୍ଦିନ l

ଏମାନେ ସମସ୍ତେ ବାଲେଶ୍ବର ଅଞ୍ଚଳର l ଏମାନଙ୍କ ପାଖରୁ ୧ କେଜି ୩୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହା ସହ ଏମାନଙ୍କ ପକ୍ଷରୁ ଏକ ୟାମା ମୋଟର ସାଇକେଲ , ଇଣ୍ଡିକା କାର ଏବଂ ଚାରିଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ l

ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି । ତେବେ ବେଆଇନ ଡ୍ରଗ୍ସ କାରବାର ନେଇ ଏସଟିଏଫ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନରେ ଏପର୍ଯ୍ୟନ୍ତ ବିପୁଳ ପରିମାଣର ବ୍ରାଉନସୁଗାର ଓ ହିରୋଇନ ସମେତ ପ୍ରାୟ କୁଇଂଟାଲ କୁଇଂଟାଲ ଗଞ୍ଜେଇ ଜବତ କରିସାରିଲାଣି।ସେହିପରି ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

Leave A Reply

Your email address will not be published.