News portal website
before header
[URIS id=5393]

ପ୍ରଶାସିକା ଓ ରାଜନେତାଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଭାଇରାଲ!

0 5,747

ଏଭଳି ଫଟୋଚିତ୍ର, ବିଶେଷତଃ “ସରକାରୀ ଅଧିକାରୀ ଓ ରାଜନେତାଙ୍କ ମଧୁଚନ୍ଦ୍ରିକା” ର ଅଭିଯୋଗ ଯାହା ବିଭିନ୍ନ ସମୟରେ ଆସିଥାଏ,ତାହା ତଥ୍ଯ ଓ ସତ୍ଯ ଦ୍ବାରା ପ୍ରମାଣିତ ହୋଇଛି।ଏ ସବୁ ଜିନିଷକୁ ଲକ୍ଷ୍ଯ କରାଗଲେ ବ୍ୟାପକ ସଂସ୍କାର ଆସିବା ଜରୁରୀ ବୋଲି ବୁଦ୍ଧି ଜୀବି,ସମାଜସେବୀ ଦାବି କରନ୍ତି।

Notice

ଅଷ୍ଟିନ ନ୍ୟୁଜ୍/ଯାଜପୁର

ତା-୦୮-୦୬-୨୦୨୧

ଭାରତର ସର୍ବୋଚ୍ଚ ନ୍ଯାୟଳୟ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ,ଜଣିଏ ପୁରୁଷ କିମ୍ବା ନାରୀ ଏକରୁ ଏକାଧିକ ମହିଳା କିମ୍ବା ପୁରୁଷଙ୍କ ସହ ଗୋଟିଏ ଛାତ ତଳେ ଲିଭ ଇନ ରିଲେସନଶିପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିପାରିବେ। କିନ୍ତୁ ହିନ୍ଦୁ ଲଅ ବା ହିନ୍ଦୁ ଆଇନ ଅନୁଯାୟୀ କେବଳ ଜଣିଏଙ୍କୁ ବିବାହ କରିପାରିବେ, ଏହି ଆଇନ ଅନୁଯାୟୀ କୌଣସି ବି ବ୍ଯକ୍ତି ଏଭଳି କାର୍ଯ୍ୟ କରିପାରିବେ ଏଥିରେ ଦ୍ବିମତ ନାହିଁ। କିନ୍ତୁ ଯେତେବେଳେ କୌଣସି ସମ୍ଭ୍ରାନ୍ତ ଶ୍ରେଣୀର ବ୍ୟକ୍ତି ବିଶେଷ ଏଭଳି କାର୍ଯ କରନ୍ତି ତାହା ନିଶ୍ଚିତ ଭାବରେ ଚର୍ଚ୍ଚାକୁ ଆସିଥାଏ।

ଧର୍ମଶାଳା ପିଇଓ ସ୍ମିତାରାଣୀ ହତ୍ଯା ଘଟଣାର ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନୈତିକ ବୟାନ ବାଜି ଚାଲୁଥିବା ବେଳେ,ବଡଚଣାରେ ପୁଣି ସେଭଳି କିଛି ଘଟଣା ନ ଘଟିବ ତାହା ଏବେଠାରୁ କଳ୍ପନା କରିବା ଅସମ୍ଭବ ନୁହଁ।କାହାରିକୁ ବ୍ଯକ୍ତିଗତ ସ୍ତରରେ ଆକ୍ଷେପ କରିବା କିମ୍ବା ମାନସିକ ନିର୍ଯାତନା ଦେଇ ମାନ ସମ୍ମାନ ହାନି କରିବା ଅଷ୍ଟିନ ନ୍ୟୁଜ୍ ର କାର୍ଯ୍ୟ ନୁହଁ, ଆଜିର ସଭ୍ୟ ସମାଜରେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡ଼ିଶା ଭଳି ଏକ ସଂସ୍କୃତି ଓ ଐତିହ୍ୟ ପରମ୍ପରା ରାଜ୍ଯରେ, ବିଶେଷ କରି ମାଆ ବିରଜାଙ୍କ କ୍ଷେତ୍ରରେ ଏ ସବୁ ସାମାଜିକ ଗଣମାଧ୍ୟମରେ ହୁ ହୁ ହୋଇ ଭାଇରାଲ ହେବା ଦ୍ବାରା ଏହାର ନକରାତ୍ମକ ଓ ସକରାତ୍ମକ ଦିଗକୁ ନେଇ ଆମର ସ୍ବତନ୍ତ୍ର ଖବର କେବଳ ଅଷ୍ଟିନ ନ୍ୟୁଜ୍ ରେ।

ଏହିଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ।ପାଖାପାଖି ଦୁଇ ଦିନ ହେବ ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ, ଘଟଣାର ପ୍ରକୃତ ସତ୍ଯାସତ୍ଯର,ଖୋଳତାଡ କରି ଅଷ୍ଟିନ ନ୍ୟୁଜ୍ ଯଥା ସମ୍ଭବ ସତ୍ୟକୁ ଉନ୍ମୋଚନ କରିବାକୁ ଚେଷ୍ଟା କରିଛି

ବଡଚଣା ବ୍ଲକରେ କାର୍ଯରତ ଥିବା ଜେଇ(କନିଷ୍ଠ ଯନ୍ତ୍ରୀ) ଶ୍ରଦ୍ଧାଞ୍ଜଳି ମହାନ୍ତି, ଅରଖପୁର ପଞ୍ଚାୟତର ଦାୟିତ୍ବରେ ମଧ୍ଯ ଅଛନ୍ତି। ଏହି ପଞ୍ଚାୟତର ରାଜନେତା ମିହିର ସ୍ବାଇଁ ଜଣେ ଖ୍ଯାତ ନାମା ଠିକାଦାର ଅଟନ୍ତି। ଅରଖପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ନେହଲତା ସ୍ବାଇଁଙ୍କ ସ୍ବାମୀ ମଧ୍ଯ ଅଟନ୍ତି। ବିଭିନ୍ନ ସମୟରେ ବଡଚଣା ବ୍ଲକ ଯାଅଆସ କରନ୍ତି, ଏପରିକି କନିଷ୍ଠ ଯନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିବାର ଅନୁମାନ କରାଯାଉଛି। ନିର୍ଦିଷ୍ଟ ଭାବରେ ଫଟୋଟି କେବେକାର, ଜଣା ପଡି ନ ଥିବା ବେଳେ, ଫଟୋଟିକୁ ଶ୍ରୀମତୀ ମହାନ୍ତି ଦୁଇ ଦିନ ତଳେ କିଛି ସମୟ ପାଇଁ ତାଙ୍କର ନିଜର ବ୍ଯକ୍ତିଗତ ଗଣମାଧ୍ୟମରେ ଛାଡିଥିଲେ, ପରବର୍ତ୍ତୀ ସମୟରେ ଡିଲେଟ କରିଥିବାର ନଜର ଆସିଥିଲା।

ଶ୍ରୀମତୀ ମହାନ୍ତିଙ୍କ ସ୍ବାମୀ ଏ ସବୁକୁ ବିରୋଧ କରନ୍ତି ବୋଲି ବିଶ୍ବସ୍ତ ସୁତ୍ରରୁ ପ୍ରକାଶ।ତେବେ ଏଭଳି ଫଟୋଚିତ୍ର, ବିଶେଷତଃ ସରକାରୀ ଅଧିକାରୀମାନଙ୍କ ରାଜନେତାଙ୍କ ମଧୁଚନ୍ଦ୍ରିକାର ଅଭିଯୋଗ ଯାହା ବିଭିନ୍ନ ସମୟରେ ଆସିଥାଏ ତାହା ତଥ୍ଯ ଓ ସତ୍ଯ ଦ୍ବାରା ପୁଣି ଥରେ ପ୍ରମାଣିତ ହୋଇଛି। ଏସବୁ ଜିନିଷକୁ ଲକ୍ଷ୍ଯ କରାଗଲେ ବ୍ୟାପକ ସଂସ୍କାର ଆସିବା ଜରୁରୀ ବୋଲି ବୁଦ୍ଧି ଜୀବି,ସମାଜସେବୀ ଦାବି କରନ୍ତି।

Leave A Reply

Your email address will not be published.