ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ

ତା-୦୫-୦୬-୨୦୨୧
ଉଦଳା-ଜଗବନ୍ଧୁ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲା ପାଟଶାଣୀପୁର ହାଇସ୍କୁଲରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।ଉଦଳା ବ୍ଲକର ପାଟଶାଣୀପୁର ପଞ୍ଚାୟତ ହାଇସ୍କୁଲରୁ ଗତକାଲି ରାତିରେ ଚୋରି ହୋଇଛି।ସେହି ସ୍କୁଲରେ ରାତ୍ରି ଜଗୁଆଳି ସୁରେନ୍ଦ୍ର ନାଥ ସିଂହ ସ୍କୁଲକୁ ଜଗିବା ପାଇଁ ଆସିନଥିଲେ।ଏହାର ଫାଇଦା ନେଇ ଚୋରମାନେ ଅଶୀ ହଜାର ଟଙ୍କାର ଜେନେରେଟର , ଇନଭେଟର ,ଷ୍ଟେବିଲାଇଜର ,ବ୍ୟାଟେରୀ ଯାହାର ମୂଲ୍ୟ ପାଖାପାଖି ୩୩ ହଜାର , ଦୁଇଟି କମ୍ପ୍ୟୁଟର ,୩ଟି ମନିଟର ,କଲର ଜେରେକ୍ସ ମେସିନ ଓ ପ୍ରିଣ୍ଟର ର ମୂଲ୍ୟ ୧ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି।ଚୋରି ହୋଇ ଥିବା ସମସ୍ତ ସାମଗ୍ରୀର ମୂଲ୍ୟ ପାଖାପାଖି ୨ ଲକ୍ଷ ହେବ ।
ଆଜି ସକାଳୁ ଚୌକିଦାର ଆସି ଦେଖିଲା ବେଳକୁ ସମସ୍ତ ଜିନିଷ ଚୋରି ହେବା ସହିତ କବାଟ ତଡା ଯାଇଛି।ସ୍କୁଲର ସମସ୍ତ ଶିକ୍ଷକ ମାନଙ୍କୁ ଫୋନ କରି ଡାକିଥିଲେ । ପ୍ରଧାନ ଶିକ୍ଷକ ଏ ସମ୍ପର୍କରେ ଉଦଳା ଥାନାରେ ଏନେଇ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ଉଦଳା ପୋଲିସ ଓ ଉପଖଣ୍ଡ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଅପରାହ୍ନ ୪ରେ ଯାଇ ପହଞ୍ଚି ଥିଲେ । ପୋଲିସ ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ କୁକୁର ଆସିଥିଲେ ମଧ୍ୟ କୌଣସି ଟେର ପାଇନଥିବା ଜଣା ପଡ଼ିଛି ।
ଗତବର୍ଷ କରୋନା ଓ ଏହି ବର୍ଷ କରୋନା ସମୟରେ ଲକଡାଉନ ଥିବା ଯୋଗୁଁ କପ୍ତିପଦା ଉପଖଣ୍ଡରେ ଅନେକ ସ୍କୁଲରୁ ବିଶେଷ କରି କମ୍ପୁଟର ସାମଗ୍ରୀର ଚୋରି ହୋଇ ଥିବାର ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ କୌଣସି ସାମଗ୍ରୀ ପୁଲିସ ହାତରେ ଲାଗିପାରି ନାହିଁ । ଏସମସ୍ତ ଚୋରି ପଛରେ ଏକ ବଡ ରାକେଟ କାମ କରୁଥିବା ଅଭିଯୋଗ ହୁଏ।ଏ ସବୁକୁ ପୋଲିସ ଧରିବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ସାଧାରଣରେ ଖୁଲମଖୁଲା ଚର୍ଚ୍ଚା ହେଉଛି।

