News portal website
before header
[URIS id=5393]

ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ: ସାଂସଦ ଅପରାଜିତା ଷଢ଼ଙ୍ଗୀ

0 206

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୫-୦୬-୨୦୨୧

ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ ପୋଲ । ରିପୋର୍ଟ ବାଖାଣୁଛି ସରକାରଙ୍କ ବିଫଳତା । ରାଜ୍ୟରେ ଦିନକୁ ଦିନ ହିଂସା ବଢ଼ୁଛି ଆଉ ତାଲିକାରେ ରାଜ୍ୟର ମାନ କମୁଛି ।

ଏସଡିଜି ଇଣ୍ଡିଆ ରାଙ୍କିଂରେ ଓଡିଶାର ସ୍ଥାନ ତଳକୁ ଖସୁଥିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟରେ ଅପରାଧ ବଢ଼ୁଛି, ଦେଶରେ ତଳଆଡୁ ପଂଚମ ସ୍ଥାନରେ ରହିଛି ଓଡିଶା । ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ସେ ଅଭିଯୋଗ କରିଛନ୍ତି ।୨୦୧୯ରେ ଏସଡିଜି ଇଣ୍ଡିଆ ରାଙ୍କିଂରେ ୧୬ ତମ ସ୍ଥାନରେ ଥିବା ବେଳେ ଏବେ ଓଡିଶା ୨୧ତମ ସ୍ଥାନକୁ ଖସି ଆସିଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଖାଲି ସେତିକି ନୁହେଁ ରାଜ୍ୟରେ ମନରେଗାରେ ନିଯୁକ୍ତି କମିଛି, ଏହାସହ ନାରୀ ନିର୍ଯାତନା ଖୁବ ବଢ଼ିଛି । ବେକାରୀ ସମସ୍ୟା ବଢ଼ିଛି, ରାଜ୍ୟରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ କମିଛି । ଅନ୍ୟପଟେ ରାଜ୍ୟରେ ଅପରାଧ ମଧ୍ୟ ବଢ଼ିଛି । ହତ୍ୟାଠାରୁ ଆରମ୍ଭ କରି ଶିଶୁ ବିରୋଧୀ ଅପରାଧ, ମାନବ ଚାଲାଣ ଆଦି ରାଜ୍ୟରେ ବଢ଼ିଥିବା ଅପରାଜିତା ଷଡଙ୍ଗୀ ଅଭିଯୋଗ କରିଛନ୍ତି ।

ସେପଟେ ଏସଡିଜି ରିପୋର୍ଟକୁ ନେଇ ରାଜନୀତିକରଣ କରାଯିବା ଅନୁଚିତ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି । ଏସଡିଜି ରିପୋର୍ଟ ପ୍ରସ୍ତୁତରେ ଗଡ଼ବଡ଼ ଥିବା ଅନୁମାନ କରାଯାଉଛି । ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇବା ସହ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଅମର । ଉପର ଠାଉରିଆ ଭାବେ ତଥ୍ୟ ପଢ଼ି ରାଜନୀତି କରିବା ଦୁଃଖର କଥା । ଏସଡିଜି ରିପୋର୍ଟକୁ ଠିକ୍ ଭାବେ ପଢ଼ାଗଲେ ଉଦ୍ଦେଶ୍ୟ ସାଧିତ ହେବ ବୋଲି ଅମର କହିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.