News portal website
before header
[URIS id=5393]

ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା

0 162

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୫-୦୬-୨୦୨୧

ପାଠପଢା ପାଇଁ ବିଦେଶ ଯିବାକୁ ଥିବା ଛାତ୍ର-ଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ଵର ମହାନଗର ଅଞ୍ଚଳର ଛାତ୍ର-ଛାତ୍ରୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବା ସହ ମୋବାଇଲ ଟେଷ୍ଟିଂ ବ୍ୟବସ୍ଥା କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସେ କହିଛନ୍ତି ପାଠପଢା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ଅସୁବିଧା ଭୋଗୁଛନ୍ତି। ଟିକା ନେଇନଥିଲେ ବିଦେଶ ଯିବାକୁ ଅନୁମତି ନଥିବାରୁ ବିଏମସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଛି। ଛାତ୍ର-ଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠୁ ବ୍ୟବସ୍ଥା କରାଯିବ। ଏଭଳି ଛାତ୍ର-ଛାତ୍ରୀ ୧୯୨୯କୁ ଫୋନ କରି ରେଜିଷ୍ଟ୍ରେସନ କରିପାରିବେ।

ରେଜିଷ୍ଟ୍ରେସନ ପରେ ସେମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କମିଶନର କହିଛନ୍ତି। ବିଏସମି କର୍ତ୍ତୃପକ୍ଷ ଏବେ ରାଜଧାନୀବାସୀଙ୍କୁ ମାଗଣାରେ ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇବ। ଯେଉଁମାନେ ହୋମ ଆଇସୋଲେସନରେ ଥିବେ ସେମାନଙ୍କୁ ମାଗଣାରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇ ଦିଆଯିବ। ଏଥିପାଇଁ ଏକ ଆପ୍ ବିକଶିତ କରାଯାଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହି ଆପ୍‌ରେ ହୋମ ଆଇସୋଲେସନ ରହିଥିବା ଲୋକେ ଚାହିଁଲେ ବୁକିଂ କରି ପାରିବେ। ବିଏମସି ଆବେଦନ କରିଥିବା ଲୋକଙ୍କ ଘରେ ଅକ୍ସିଜେନ ପହଞ୍ଚାଇବ। ଏହି ସେବା ସୋମବାରଠୁ ଆରମ୍ଭ ହେବ।ଟିକା ଦିଆଯିବା ଉପରେ କମିଶନର କହିଛନ୍ତି ଯେ, ଜୁନ ୪ ସୁଦ୍ଧା ବିଏମସି ଅଞ୍ଚଳରେ ୮ ଲକ୍ଷ ୫୭ ହଜାର ଡୋଜ୍ ଟିକା ଦିଆଗଲାଣି। ଏଥିରେ ୩୫, ୪୨୯ ସ୍ଵାସ୍ଥ୍ୟ କର୍ମୀ, ୪୮,୪୧୦ ଡୋଜ୍ ଆଗ ଧାଡିର ଯୋଦ୍ଧାଙ୍କୁ ଦିଆଯାଇଛି।୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ୩.୩୮ ଲକ୍ଷ ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୨ୟ ଡୋଜ୍ ୨.୧୧ ଲକ୍ଷ ଲୋକ ନେଇ ସାରିଲେଣି।

୧୮ରୁ ୪୫ ବର୍ଷ ବର୍ଗରେ ୧ ଲକ୍ଷ ୭୦ ହଜାର ଜଣକୁ ପ୍ରଥମ ଡୋଜ୍ ମିଳିସାରିଛି। ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୪ ରୁ ୬ ସପ୍ତାହ ମଧ୍ୟରେ ଦ୍ଵିତୀୟ ଡୋଜ୍ ଦିଆଯିବ।ଏପରିକି ଆସନ୍ତାକାଲିଠୁ ରାଜଧାନୀର ଗହଳିପୂର୍ଣ୍ଣ ମାର୍କେଟ୍ ଅଞ୍ଚଳରେ ମୋବାଇଲ ଟେଷ୍ଟିଂ ଆରମ୍ଭ ହେବ। ବିଭିନ୍ନ ମାଛ, ମାଂସ ଏବଂ ପରିବା ମାର୍କେଟ୍‌ରେ ଭ୍ୟାନ ପହଞ୍ଚି ଟେଷ୍ଟିଂ କରିବ ବୋଲି ସଞ୍ଜୟ ସିଂହ କହିଛନ୍ତି। ଏନେଇ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ସଞ୍ଜୟ ସିଂହ କହିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.