News portal website
before header
[URIS id=5393]

ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

0 242

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୩-୦୬-୨୦୨୧

ପୁରୀ ଜିଲ୍ଲା ଚାରିଛକ ଫାଣ୍ଡି ଅନ୍ତର୍ଗତ ବ୍ରହ୍ମକୁଣ୍ଡି ଗାଁ ନିକଟରେ ଥିବା ଏକ ବାଣ ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ ବିସ୍ପୋରଣରେ କେହି ମୃତାହତ ହୋଇନଥିବାସୂଚନା ମିଳିଛି । ଏଥିରେ ଘଟି ୩୦ଲକ୍ଷ ଟଙ୍କାର ବାଣ ପୋଡି ପାଉଁଶ ହୋଇଯାଇଛି । ନିମାପଡା ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଆଜି ଦିନ ୧୨.୩୦ ରେ ବ୍ରହ୍ମକୁଣ୍ଡି ଗାଁର ବାଇଧର ନାୟକଙ୍କ ବାଣ ଗୋଦାମ ନିକଟରେ ଥିବା ପଡ଼ିଆରେ ତାଙ୍କ ବାଣୁଆ ମାନେ ବାଣ ଭିଡୁଥିବା ବେଳେ ହଠାତ ଗୋଦାମରେ ବିସ୍ପୋରଣ ଶବ୍ଦ ଶୁଣାଯାଇଥିଲା
।

ହେଲେ ଚାହୁଁ ଚାହୁଁ ଦୁଇଘଣ୍ଟା ମଧ୍ୟରେ ବାଣ ଗୋଦାମ ଜଳି ପୋଡି ପାଉଁଶ ହୋଇଯାଇଥିଲା । ବିସ୍ପୋରଣ ଶବ୍ଦ ଏପରିଥିଲା ଯେ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । । ଘଟଣାସ୍ଥଳରୁ ତାଙ୍କ ପରିବାର ଲୋକେ ଓ କର୍ମଚାରୀ ମାନେ ଦୌଡ଼ି ପଳାଇ ଯାଇଥିଲେ ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ଟି ଦମକଳ ଗାଡି ପହଂଚି ନିଆଁକୁ ଆୟତ କରିଥିଲା । ବାଣ ବିସ୍ପୋରଣରେ ବାଈଧରଙ୍କ ଏକ ଛାତଘର, ଏକ ଆଜବେଷ୍ଟେସ ଘର ଓ ତାଙ୍କ ପାଚେରୀ ଭାଙ୍ଗିରୁଜି ଯାଇଥିବା ବେଳେ, କେହି ମୃତାହତ ହୋଇନଥିବା ଜଣାପଡିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.