କଟକ / ଅଷ୍ଟିନ୍ ନ୍ୟୁଜ

ତା – ୦୨-୦୬-୨୦୨୧
ବରିଷ୍ଠ ବିଜେଡି ନେତା ଓ ଓଡିଶା ର ପୂର୍ବତନ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟଙ୍କର ଆଜି ସନ୍ଧ୍ୟାରେ, କରୋନା ରେ ବିୟୋଗ ଘଟିଛି । ଶ୍ରୀଯୁକ୍ତ ରାଉତରାୟ ୬ ଥର ଏମ୍. ଏଲ୍. ଏ ପଦ ପ୍ରାପ୍ତ କରିଥିଲେ। ସେ କିଛି ଦିନ ହେବ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୬୭ ବୟସ ହୋଇଥିଲା। ମେ’ ମାସରେ ସେ କରୋନା ରେ ଆକ୍ରାନ୍ତ ଥିବା ଜଣାପଡିଥିଲା, ଏବଂ ସେ ଚିକିତ୍ସାଧିନ ଥିଲେ।
“ରାଉତରାୟଙ୍କ ଏପରି ହଠାତ୍ ଚାଲିଯିବା, ଆମ ସମସ୍ତଙ୍କୁ ଏକ ଗଭୀର ଶୋକର ନଦୀ ଭିତରକୁ ଠେଲି ଦେଇଛି। ବିଜୟଶ୍ରୀ ଏବଂ ମୁଁ ବିଜୁ ବାବୁଙ୍କ ସହ ୧୯୯୦ ମସିହାରୁ ଏକାଠି କାମ କରୁଥିଲୁ। ସେ ମୋର ଜଣେ ଅତି ନିଜର ବନ୍ଧୁ। ଶେଷ ଥର ପାଇଁ ଆମେ ୨୦-୨୫ ଦିନ ତଳେ ଦେଖା ହୋଇଥିଲୁ ଓ ଦୀର୍ଘ ସମୟ ଧରି କଥା ବାର୍ତ୍ତା ହୋଇଥିଲୁ”, -ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ପୁରାତନ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ବିଜୟଶ୍ରୀଙ୍କ ବିୟୋଗ, ଓଡି଼ଶା ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଓ ଶୂନ୍ୟସ୍ଥାନ ସ୍ରୁଷ୍ଟି କରିଛି ବୋଲି, -ଶ୍ରୀ ବିଶ୍ଵ ଭୂଷଣ ହରିଚନ୍ଦନ ଟ୍ୱିଟ଼ କରି କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
