News portal website
before header
[URIS id=5393]

ଭାଲୁ କାମୁଡାରେ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି।

0 401

ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ

Notice

ଉଦଳାରୁ-ଜଗବନ୍ଧୁ ପ୍ରଧାନ

ତା-୦୨-୦୬-୨୦୨୧

ଉଦଳା ବ୍ଲକର ଖଲାଡି ପଞ୍ଚାୟତର ଜୁଆଳିଆ ଗ୍ରାମର ଯୁବକ ଉପେନ୍ଦ୍ର ଖଡିକା,ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।ଘଟଣାରୁ ଜଣା ପଡିଛି ଯେ,ତାଙ୍କ ଗାଁର ନିକଟସ୍ଥ ବିଲକୁ ଶୌଚ ପାଇଁ ଯାଉଥିବା ବେଳେ ହଠାତ ଭାଲୁଟି ଆକ୍ରମଣ କରିଥିଲା।

ଭାଲୁଟି ତାଙ୍କର ବାମ ଜଙ୍ଘ ଓ ବାମ ହାତକୁ କାମୁଡିବା ପରେ ତାଙ୍କର ମୁହଁକୁ ଜୋରରେ କାମୁଡି ଥିଲା । ମୁହଁରେ କାମୁଡିବା ଫଳରେ ଗଭୀର କ୍ଷତ ହୋଇ ଅଛି ।ସେ ଜୋରରେ ଚିତ୍କାର କରିବା ଦ୍ୱାରା ଗାଁ ଲୋକେ ଦୌଡ଼ି ଆସିବାରୁ ଭାଲୁଟି ନିକଟସ୍ଥ ବୁଦାକୁ ପଳେଇ ଯାଇଥିଲା ।

ଲୋକମାନେ ତାଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ପରେ ଅବସ୍ଥା ଗୁରୁତର ହେବା ଯୋଗୁଁ ତାଙ୍କୁ ବାରିପଦା ଡାକ୍ତରଖାନା ପଠାଇ ଦିଆଯାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

Leave A Reply

Your email address will not be published.