ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୩୦-୦୫-୨୦୨୧
ରାମଦେବଙ୍କ ଦିନକୁ ଦିନ ଅସୁବିଧା ବଢିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (FAIMA) ବାବାଙ୍କୁ ଆଇନଗତ ନୋଟିସ୍ ଦେଇସାରିଛି ।
ଭାକସିନ ଏବଂ ଏଲୋପାଥି ସମ୍ବନ୍ଧରେ ବାବା ରାମଦେବଙ୍କ ବିବୃତ୍ତିରେ ନେଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଗଠନ ବିରୋଧ ପ୍ରଦର୍ଶନକୁ ତୀବ୍ର କରିବାକୁ ଘୋଷଣା କରିଛି । ବର୍ତ୍ତମାନ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ଜୁନ୍ ୧ରେ ସାରା ଦେଶରେ କଳା ଦିବସ ପାଳନ କରିବାକୁ ଘୋଷଣା କରିଥିବା ବେଳେ
ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍ ଇଣ୍ଡିଆ (ଫୋର୍ଡା) ସଭାପତି ଡାକ୍ତର ମନୀଷ କହିଛନ୍ତି ଯେ ଏହି ଅନୁଷ୍ଠାନ ସହ ଜଡିତ ଦେଶର ସମସ୍ତ ରେସିଡେଣ୍ଟ ଡାକ୍ତର ଜୁନ ୧ରେ କଳାଦିବସ ପାଳିବେ।
ଡାକ୍ତର ମନୀଷ କହିଛନ୍ତି ଯେ କରୋନା ଡ୍ୟୁଟିରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ପିପିଏ କିଟ୍ ଉପରେ ଏକ କଳା ବ୍ୟାଜ୍ ବାନ୍ଧି କାମ କରିବେ । ଆହୁରି ମଧ୍ୟ, ଡାକ୍ତରମାନେ ତାଙ୍କର ହ୍ୱାଟସ୍ ଆପର DPକୁ ବ୍ଲାକ କରିବେ ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia

