News portal website
before header
[URIS id=5393]

କରୋନା ର ନୂଆ ଅସ୍ତ୍ର କକଟେଲ୍, ଦିନକରେ ହେଉଛନ୍ତି ସୁସ୍ଥ !

0 181

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୭-୦୫-୨୦୨୧

କରୋନା ଲଢେଇର ନୂଆ ଅସ୍ତ୍ର ଆଣ୍ଟିବଡ଼ି କକଟେଲ୍। ଏହି ଇଞ୍ଜେକସନ୍ ଦିଆଯିବାର ଦିନକ ପରେ ବହୁବିଧ ସ୍ବାସ୍ଥ୍ୟ ସମସ୍ୟା ଥିବା ୮୪ ବର୍ଷୀୟ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ ଏହି ସୂଚନା ଦେଇଛନ୍ତି। ତେବେ ସଂପୃକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି ଏବଂ ଆଣ୍ଟିବଡ଼ି ଚିକିତ୍ସା କିଭଳି କାମ ଦେଉଛି ତାର ଅନୁଧ୍ୟାନ କରାଯାଉଥିବା ଡାକ୍ତର ତ୍ରେହାନ କହିଛନ୍ତି।

ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ସମୟରେ ତାଙ୍କୁ ଆଣ୍ଟିବଡ଼ି କକଟେଲ୍ ଦିଆଯାଇଥିଲା। ସେହିପରି ଆମେରିକା ଓ ୟୁରୋପରେ ଏହି ଚିକିତ୍ସା ପଦ୍ଧତିର ବହୁଳ ବ୍ୟବହାର କରାଯାଉଛି। କୋଭିଡ୍ ସଂକ୍ରମିତ ହେବାର ୭ରୁ ୮ ଦିନ ମଧ୍ୟରେ ଆଣ୍ଟିବଡ଼ି ଚିକିତ୍ସା କରାଗଲେ ୭୦ରୁ ୮୦ ପ୍ରତିଶତ ରୋଗୀଙ୍କୁ ହସପିଟାଲ ଯିବାକୁ ପଡିବ ନାହିଁ ବୋଲି ପରୀକ୍ଷଣରୁ ସ୍ପଷ୍ଟ ହୋଇଥିବା ଡାକ୍ତର ତ୍ରେହାନ ସୂଚନା ଦେଇଛନ୍ତି।

ମନୋକ୍ଲାନାଲ ଆଣ୍ଟିବଡ଼ି ଏଭଳି ଏକ ଔଷଧ ଯାହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଏ।ଭାରତରେ ବି ଏହି ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.