ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୭-୦୫-୨୦୨୧
କରୋନା ଭାଇରସ୍ ଏବେ ଜେଲ୍ରେ ନିଜର ତାଣ୍ଡବ ରଚିବାରେ ଲାଗିଛି । ଯାହାଫଳରେ ଜେଲ୍ ର ସ୍ଥିତି ଏବେ ଅଣାୟତ ହେବାରେ ଲାଗିଛି । ଯେତିକି ଟେଷ୍ଟି ବଢୁଛି ସେତିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ସୁଚନା ଅନୁସାରେ କରୋନା ଲକ୍ଷଣ ଦେଖାଯାଇଥିବା ୧୮୦ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ଆଜି ପୁଣି ୨୧ ଜଣ ପଜିଟିଭ୍ ବାହାରିଛନ୍ତି ।

ଏଯାବତ୍ ମୋଟ ୧୨୭ ଅନ୍ତେବାସୀଙ୍କ କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି ।ପୁର୍ବରୁ ମଧ୍ୟ ଅନେକ ଅନ୍ତେବାସୀଙ୍କ କରୋନା ପଜିଟିଭ୍ ହୋଇଛନ୍ତି । ଗତ ୨୧ ତାରିଖରେ ୧୯୫ ଜଣଙ୍କ ସ୍ୱାବ୍ ପରୀକ୍ଷାରୁ ୯୬ ଜଣ ପଜିଟିଭ୍ ବାହାରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଛି ।

କିନ୍ତୁ ଅଧିକାଂଶ ଏବେ ବି ସ୍ୱତନ୍ତ୍ର ସଂଗରୋଧ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସୁସ୍ଥ ହୋଇଥିବା କଏଦୀଙ୍କୁ ସଂଗରୋଧ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ତେବେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏହା ଏବେ ଚିନ୍ତାର ବିଷୟ ପାଲଟିଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
