ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୭-୦୫-୨୦୨୧
ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି ଦେଖୁଛନ୍ତି । ଆଜି 12.30 ସମୟରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଉଡାଣ ଭରିଥିଲେ । ପରେ ବାତ୍ୟାଞ୍ଚଳ ପରିଦର୍ଶନ ଜାରି ରଖିଛନ୍ତି । ଗତକାଲି ମଧ୍ୟ ବାତ୍ୟା ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।

୨୪ ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଆଜି ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିବା ନେଇ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଥିଲା । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ପୁନରୁଦ୍ଧାର, କ୍ଷୟକ୍ଷତି ଆକଳନ ପାଇଁ ତ୍ୱରତି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି । ଆଉ ଆଜି ବାତ୍ୟାଞ୍ଚଳ ପରିଦର୍ଶନ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉତ୍ତର ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଛି ଅତି ଭୀଷଣ ବାତ୍ୟା ‘ୟାସ୍’ । ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଚାଷଜମି ବୁଡ଼ି ରହିଛି । ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି ।

ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ।ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଭୁବନେଶ୍ୱରରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକରେ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିବେ ।

ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିବେ ।ବାତ୍ୟା ‘ୟାସ୍’ରେ ଗମ୍ଭୀର ଭାବେ ପ୍ରଭାବିତ ବାଲେଶ୍ୱର, ଭଦ୍ରକ ସହ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ପରିଦର୍ଶନ କରିବେ । ତା’ପରେ ପଶ୍ଚିମବଙ୍ଗରେ ମୋଦି ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
