ଏସଡିଓଙ୍କୁ ବିଦ୍ଯୁତ ଦେବା ପାଇଁ ତାଗିଦ।

ଅଷ୍ଟିନ୍ ନ୍ଯୁଜ/ ବଡଚଣା
ତା-୨୭-୦୫-୨୦୨୧
ଗତକାଲି ଓଡିଶାରେ ୟସ ବାତ୍ଯାର ପ୍ରଭାବ ଦେଖିବାକୁ ମିଳିଥିଲା, ଆଜି ସକାଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବୁଲି ବାତ୍ଯା ର ସମୀକ୍ଷା କରୁଥିବା ବେଳେ,

ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଆଜି ଅପରାହ୍ନରେ ନିଜର ନିର୍ବାଚନ ମଣ୍ଡଳୀ ଗସ୍ତ କରି, ସିଧାସଳଖ ଲୋକଙ୍କ ସହ ଯୋଡି ହୋଇଛନ୍ତି।

ତେବେ ଆଜିର ଗସ୍ତ ସମୟରେ ତାଳୁଆ ବାଲିକୁଦା ଠାରେ ଲୋକଙ୍କ ସହ ଆଲୋଚନା ସମୟରେ ବରୀ ବିଦ୍ଯୁତ ଉପଖଣ୍ଡର ବିଦ୍ଯୁତ ଅନିୟମିତତା ଜାଣି ଘଟଣା ସ୍ଥଳରୁ ଏସିଡିଓଙ୍କୁ ଫୋନ କରି ଲୋକଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ।, ଲୋକଙ୍କୁ ତୁରନ୍ତ ବିଦ୍ଯୁତ ଦେବା ପାଇଁ ତାଗିଦ୍ ମଧ୍ଯ କରିଥିଲେ।
ଆଜିର ଏହି ଗସ୍ତରେ ଜିଲ୍ଲାପରିଷଦ ବିପିନ ଜେନା, ସାଉଡିଆ ସରପଞ୍ଚ ଅନୀଲ କୁମାର ପରିଡା, ପ୍ରମୋଦ କୁମାର ସାମଲ, ଜାନକି ବଲ୍ଲଭ ପ୍ରଧାନଙ୍କ ସହ ସମରେନ୍ଦ୍ର ମହାନ୍ତି ଓ ସାଙ୍ଗଠନିକ କର୍ମୀ ଉପସ୍ଥିତ ଥିଲେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia


