ଅଷ୍ଟିନ ନ୍ୟୁଜ୍/ଉଦୟଗିରି

୨୬-୦୫-୨୦୨୧
ମହାମାରୀ କଟକଣା ଓ ବାତ୍ୟା ବାତା ବରଣ ଭିତରେ ମଧ୍ୟ ଭଗବାନ ତଥାଗତ ବୁଦ୍ଧଙ୍କ ଜୟନ୍ତୀ ଉଦୟଗିରି ବୁଦ୍ଧଦେବ କଲେଜ ପରିସର ରେ ପାଳିତ ହୋଇ ଯାଇଛି।
ଆଜି ଅପରାହ୍ନ ୨.୩୦ ଘଟିକାରେ ଉଦୟଗିରି- ରତ୍ନଗିରି ଉନ୍ନୟନ ଓ ସାଂସ୍କୃତିକ ପରିଷଦ ଓ ଯୁଗାନ୍ତର ସାଂସ୍କୃତିକ ପରିଷଦ ଆନୁକୁଲ୍ୟ ସଦସ୍ୟଙ୍କ ଦ୍ଵାରା ବୁଦ୍ଧ ମୂର୍ତ୍ତୀରେ ମାଲ୍ୟାର୍ପଣ, ଧୂପ, ଦୀପ ପ୍ରଜ୍ବଳନ କରାଯାଇ ବିଶ୍ଵ ରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରାଯାଇ ଥିଲା।
ମହାମାରୀ କରୋନାରୁ ଆରୋଗ୍ୟ ଲାଭ ଓ ବିପର୍ଯ୍ୟୟରୁ ମାନବ ଜାତିକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସଦସ୍ୟ ମାନେ ବୁଦ୍ଧଙ୍କ ନିକଟରେ କାମନା କରିଥିଲେ। ରାମଚନ୍ଦ୍ର ସାମଲ (ସଭାପତି),ହରିଶ୍ ଚନ୍ଦ୍ର ମହାରଣା(ସମ୍ପାଦକ),ହୃଷୀକେଶ ରାୟ , ଡଃ. ଭାଗ୍ୟଧର ସାହୁ,ଡଃ. ରବୀନ୍ଦ୍ର ବିହାରୀ,ଶ୍ରୀଯୁକ୍ତ ଦୟାନିଧି ସାମଲ ଓ ହରିହର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
