ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୬-୦୫-୨୦୨୧
ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମଡି ସୂତ୍ରରୁ ସୂଚନା ମିଳିଛି । ଏହା ପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ମଧ୍ୟ ଭଦ୍ରକର ଧାମରାରୁ ୪୦ କି.ମି. ଦୂରରେ ରହିଛି ବାତ୍ୟା ‘ୟାସ୍’ ।

ପଶ୍ଚିମବଙ୍ଗର ଦୀଘାଠାରୁ ୭୦ କି.ମି. ଦୂରରେ ରହିଛି । ବାଲେଶ୍ବରରୁ ୫୦ କି.ମି. ଦୂରରେ ରହିଛି ବାତ୍ୟା । ବାସୁଦେବପୁରରୁ ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ ।ପ୍ରଥମେ ବାତ୍ୟାର ଆଇ ଓ୍ବାଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କି.ମି. ରହିବ ।

ଏହାଠାରୁ ଅଧିକ ବେଗରେ ପବନ ହେବନାହିଁ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଲ୍ୟାଣ୍ଡଫଲ୍ ପରେ ପବନର ବେଗ କମିବ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବରରେ ସନ୍ଧ୍ୟା ଯାଏଁ ପବନ ବହିବ । ମୟୁରଭଞ୍ଜରେ ପବନର ବେଗ ୧୦୦ରୁ ୧୧୦ କି.ମି. ରହିବ । ୨୭ ତାରିଖ ସକାଳେ ଝାଡଖଣ୍ଡ ମୁହାଁ ହେବ ବାତ୍ୟା ୟାସ୍ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
