ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୬-୦୫-୨୦୨୧
କରୋନାର ୨ୟ ଲହର ଡାକ୍ତରଙ୍କ ଉପରେ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ରୋଗୀଙ୍କ ଚିକିତ୍ସା କରୁ କରୁ ୨ୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଜୀବନ ଏବେ ବିପଦରେ ପଡିଯାଇଛି । ଦିନରାତି ପରିଶ୍ରମ କରି ଲୋକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ମଧ୍ୟ ବହୁ ମୂଲ୍ୟ ଦେଉଛନ୍ତି ।

ଯେଉଁଥିପାଇଁ ଡାକ୍ତରମାନେ ନିଜେ କରୋନାରେ ସଂକ୍ରମିତ ହେଉଛନ୍ତି । ସେମାନଙ୍କ ଜୀବନ ମଧ୍ୟ ନଷ୍ଟ ହେଉଛି ।ଦେଶର ସର୍ବବୃହତ ଡାକ୍ତରଙ୍କ ପ୍ରତିଷ୍ଠାନ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ କରୋନାର ଦ୍ୱିତୀୟ ତରଙ୍ଗରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତର କରୋନାର ଶିକାର ହୋଇଛନ୍ତି । ଡାକ୍ତରଙ୍କ ମୃତ୍ୟୁ ସହ ଜଡିତ ସର୍ବଶେଷ ତଥ୍ୟ ପ୍ରକାଶ କରି ଆଇଏମଏ କହିଛି ଯେ ରାଜଧାନୀ ଦିଲ୍ଲୀରେ ଡାକ୍ତରଙ୍କ ସର୍ବାଧିକ ମୃତ୍ୟୁ ହୋଇଛି ।

ଏ ଯାଏଁ ୧୦୩ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହିତ ବିହାରର ୯୬ ଡାକ୍ତର ଏବଂ ଉତ୍ତରପ୍ରଦେଶର ୪୧ ଡାକ୍ତର କରୋନା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ରାଜସ୍ଥାନରେ ୩୯ ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଝାଡଖଣ୍ଡରେ ୨୯ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
