News portal website
before header
[URIS id=5393]

ମହାକାଳପଡାରେ ପ୍ରି ସାଇକ୍ଲୋନିକ ଷ୍ଟର୍ମ, ସ୍ଥିତିକୁ ସଂଗୀନକରୁଛି ସାମୁଦ୍ରିକ ଜୁଆର

0 132

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୫-୦୫-୨୦୨୧

କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଗୁଚାପ ବାତ୍ୟାର ରୂପ ନେବାର ଘୋଷଣା ପରଠୁ ଉପକୂଳର ମସ୍ଚ୍ୟ ଜୀବି ଓ ତଳିଆ ଲୋକେ ନିଜକୁ ନିଜେ ପ୍ରସ୍ତୁତି ହୋଇଛନ୍ତି l ସେହିପରି କେନ୍ଦ୍ରାପଡା ଜିଲ୍ଲା ଉପକୂଳ ମହାକାଳପଡ଼ା ବ୍ଲକ ପ୍ରଶାସନ ସମ୍ଭାବ୍ୟ ବାତ୍ୟା,ୟାସ, ମୁକାବିଲା ନେଇ ପ୍ରସ୍ତୁତି ଜାରିରଖିଛି l ପ୍ରଥମ ପର୍ଯାୟରେ ମଙ୍ଗଳ ବାର ଦିନ 41ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳୀ ସମେତ 212ଗୋଟି ବିଦ୍ୟାଳୟ ରେ ସମୁଦ୍ରଓ ନଦୀ କୁଳିଆ ତଥା ବିପଦ ଶଂକୁଳ ଗୃହ ର ପରିବାର ଗୁଡିକୁ ସ୍ଥାନାନ୍ତରିତ କରାଇଛି l

ଆଶ୍ରିତ ମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇଦେବା ସହିତ ପୂର୍ବାହ୍ନ ରେ ଶୁଖିଲା ଖାଦ୍ୟ ଓ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଆବଣ୍ଟନ କରାଯାଇଛି l ମାତ୍ର ଜମ୍ବୁ , ସୁନୀତି, ଗୋଗୁଆ,ଲାଂଜୁଡା,ରାମ ନଗର, ଖରିନାସୀ, ବଉଳକଣି ଓ ବତୀଘର ଆଦି ସମୁଦ୍ର କୁଳିଆ ପଂଚାୟତ ଗୁଡିକର ଖାଲୁଆ ଅଂଚଳରେ ଉତ୍ତାଳ ସାମୁଦ୍ରିକ ଜୁଆର ପଶି ପରିସ୍ଥିତି କୁ ସଂଗୀନ କରିଛି l ମଙ୍ଗଳ ବାର ଦିନ ତଳିଆ ଅଂଚଳରେ ଲୁଣା ପାଣି ପଶିଯିବା ରୁ ବୁଧବାର ପୁର୍ଣିମା ହେତୁ ଅଧିକ ଉଚ୍ଚତାର ଲୁଣା ପାଣି ନେଇ ଲୋକେ ଆଶଙ୍କାରେ ଅଛନ୍ତି l ମଙ୍ଗଳବାର ଦିନ ବର୍ଷାର ପ୍ରକୋପ ସାଙ୍ଗକୁ ପବନର ବେଗ ବୃଦ୍ଦି ପାଇବାରୁ ଜମ୍ବୁ, କାଉଁଶପାଳ ଓ ବାହାକୁଦ ଆଦି ସମୁଦ୍ର ତଟବର୍ତ୍ତୀ ନଦୀ ଫେରି ଘାଟ ଗୁଡିକ ବନ୍ଦ ରହିଛି l ବାହାରେ ଅଟକି ଯାଇଥିବା ଲୋକେ ବହୁ କଷ୍ଟରେ ଘାଟ କୂଳରେ ପହଂଚି ସୁଦ୍ଧା ପରିବାରକୁ ଫେରିବା ସମ୍ଭବ ହେଉନି l

ବୁଧବାର ଦିନ , ୟାସ, ସ୍ଥଳ ଭାଗ ଛୁଇଁବା ପରେ ଉପକୂଳ କେନ୍ଦ୍ରାପଡାରେ ରେ ତାଣ୍ଡବ ରଚିବାର ଆଶଙ୍କା ରହିଛି l ସ୍ଥାନୀୟ ପ୍ରଶାସନ ବିପର୍ଯ୍ୟୟ ର ଉତ୍ତମ ପରିଚାଳନା କରାଇଲେ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ କହନ୍ତି l

Leave A Reply

Your email address will not be published.