ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ

ତା-୨୫-୦୫-୨୦୨୧
ଜଗବନ୍ଧୁ ପ୍ରଧାନ
ଆଜି ସକାଳେ ଉଦଳା ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସରେନ ଏକ ପ୍ରେସ ରିଲିଜ ମାଧ୍ୟମରେ ମୟୂରଭଞ୍ଜର ବିଜେପି ନେତା ଓ ବାଲେଶ୍ଵର ଏମ.ପି ଙ୍କର ମୟୂରଭଞ୍ଜ ଆଦିବାସୀ ଜିଲ୍ଲାକୁ ଅଣଦେଖା କରିବା ଅତ୍ୟନ୍ତ ଦୁଃଖଦ ବୋଲି ପ୍ରକାଶ କରିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ୬ବିଜେପି ଦଳର ବିଧାୟକ ଓ ଜଣେ ଏମପି ଜିତି ମଧ୍ୟ ଗୋଟିଏ ଅକ୍ସିଜେନ ପ୍ଲାଣ୍ଟ ବସାଇ ପାରିଲେ ନାହିଁ ।

ବାଲେଶ୍ବର ଏମପି ଶେରଗଡ଼ ଠାରୁ ଝରଣାଘାଟି ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ବାଲେଶ୍ଵର ସୀମା ପର୍ଯ୍ୟନ୍ତ ଆଣିଲେ ଅଥଚ ମୟୂରଭଞ୍ଜ ପାଇଁ କେନ୍ଦ୍ର ଠାରୁ ଅର୍ଥ ଆଣିଲେ ନାହିଁ, ଏହାର ପ୍ରତିବାଦରେ ଏକ ପ୍ରେସ ରିଲିଜ ଜାରି କରିଥିଲେ।
ଅପରାହ୍ନରେ ବିଜେଡିର ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗସ୍ତରେ ଥିଲେ।ନେତା ମୟୂରଭଞ୍ଜ ଜିଲ୍ଲାର ‘ୟଶ’ ବ୍ୟାତାର ପ୍ରଶାସନିକ ବ୍ୟବସ୍ଥା ସହ ଦଳୀୟ କର୍ମୀମାନେ କିପରି ତୟାର ରହିବେ ସେ ବିଷୟରେ ସମୀକ୍ଷା କରୁଥିଲେ ।
ଉଦଳା ବିଜେଡି ଅଫିସରେ କର୍ମୀମାନଙ୍କ ସହିତ ଆଲୋଚନା ବେଳେ ଏହି ଦାବୀ ବାବଦରେ ଅବଗତ ହୋଇ ଥିଲେ ଏବଂ ତତ୍କାଳ ଅକ୍ସିଜେନ ପ୍ଲାଣ୍ଟ ପାଇଁ ମଧ୍ୟ ଓଡିଶା ସରକାର ଶୀଘ୍ର କରିବେ ବୋଲି ଦୃଢ ପ୍ରତିଶୁତି ଦେଇ ଥିଲେ ।ସରକାରୀ ନିର୍ଦ୍ଦେଶନାମା ମଧ୍ୟ ଜଣାଇ ଥିଲେ। ମୟୂରଭଞ୍ଜରେ ଅକ୍ସିଜେନ ପ୍ଲାଣ୍ଟ ମଞ୍ଜୁର ହୋଇଥିବା ଜାଣି ମୟୂରଭଞ୍ଜ ବାସୀ ଖୁସିଥିବା ଜଣାପଡିଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia




