News portal website
before header
[URIS id=5393]

ସାଇକ୍ଲୋନ ‘ୟସ’ ଅପଡେଟ..

0 169

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୫-୦୫-୨୦୨୧

ବିକଟାଳ ରୂପ ଧରି ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ୟାସ୍। ଧାମରା ପାଖରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସକାଳ ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଧାମରାର ଉତ୍ତରକୁ ଓ ବାଲେଶ୍ଵରର ଦକ୍ଷିଣ ସ୍ଥଳଭାଗ ଦେଇ ବାତ୍ୟା ଅତିକ୍ରମ କରିବ।

ବାତ୍ୟାର ଆଖି ଧାମରା ଓ ବାଲେଶ୍ଵର ଭିତର ଅତିକ୍ରମ କରିବ।ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି, ଆକଳନ ଅନୁସାରେ କାଲି ଭୋରରୁ ସକାଳ ୮/୯ଟା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ବାତ୍ୟା ଦିନ ସାରା ରହି ସନ୍ଧ୍ୟା ସୁଦ୍ଧା ଓଡିଶା ସୀମା ଅତିକ୍ରମ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୮୫ କିମି ରହିବାର ସମ୍ଭାବନା ରହିଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଆଜି ରାତି ୯ଟା ପରଠୁ ପବନର ବେଗ ଧିରେ ଧିରେ ବଢିବ। ଲ୍ୟାଣ୍ଡଫଲ ସ୍ଥାନରେ ୪ ମିଟରର ଉଚ୍ଚ ଜୁଆର ଉଠିବ। କାଲି ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ। ଏ ଯାଏ ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାତି ୯ଟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ପ୍ରଭାବିତ ଜିଲ୍ଲାରେ ୩୫୦୦ ଆସନ୍ନ ପ୍ରସବା ଥିବା ଚିହ୍ନଟ ହୋଇଥିଲେ।

ସେଥିରୁ ୪୦୦ରୁ ଅଧିକ ପ୍ରସୂତୀ ଶିଶୁ ଜନ୍ମ ଦେଇ ସାରିଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯିବାର ପ୍ରକ୍ରିୟା ଚାଲିଛି। ପ୍ରଭାବିତ ଜିଲ୍ଲାର ସମସ୍ତ ସାର୍ବଜନୀନ କୋଠା ଖୋଲା ରଖାଯିବ। କୌଣସି କାରଣରୁ ସ୍ଥାନାନ୍ତରଣ ହୋଇନଥିଲେ ଉକ୍ତ କୋଠାରେ ରହିବେ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୨୪ ଘଣ୍ଟିଆ ରେଡ୍ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ବାତ୍ୟା ଅଞ୍ଚଳର ଯୁବ ବର୍ଗଙ୍କୁ ଏସଆରସି ନିବେଦନ କରିଛନ୍ତି। ବାତ୍ୟା ପବନ ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁନି। ସାମାନ୍ୟ ଖୁସି ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ଯୁବକଙ୍କ ସହ ମା ମାଉସୀଙ୍କୁ ଏସଆରସି ନିବେଦନ କରିଛନ୍ତି। ପବନ ବେଳେ ଆମ୍ବ, ପଣସ, ନଡିଆ ଗୋଟାଇବାକୁ ବାରଣ କରିଛନ୍ତି।

ଆମ୍ବ, ନଡିଆ ଅପେକ୍ଷା ଜୀବନ ମୂଲ୍ୟବାନ। ତେଣୁ ଲୋକେ ଲୋଭ ସମ୍ବରଣ କରନ୍ତୁ ବୋଲି ଏସଆରସି କହିଛନ୍ତି।ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ୪ ହଜାର କର୍ମଚାରୀ ନିୟୋଜିତ କରାଯାଇଛି। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୋଲିସ ଆଦି ୪ ହଜାର କର୍ମଚାରୀ ମୁତୟନ କରାଯାଇଛି। କର୍ମଚାରୀ ମୁତୟନ ସଂପର୍କରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫର ୫୨ ଟିମ୍, ଓଡ୍ରାଫର ୬୦ ଟିମ୍, ଅଗ୍ନିଶମ ୨୦୬ ଟିମ୍, ବନ ବିଭାଗର ୮୬ ଗଛ କଟାଳି ଟିମ୍ ମଧ୍ୟ ମୁତୟନ କରାଯାଇଛି। ଜରୁରୀ ସ୍ଥିତି ପାଇଁ ୮ଟି ଦଳ ରିଜର୍ଭ ରଖାଯାଇଛି। ସବୁକୁ ମିଶାଇ ପ୍ରାୟ ୪ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ଓଏସଏପି ପୋଲିସ, ଆପଦାମିତ୍ର, ଏନଜିଓ ସ୍ଵେଚ୍ଛାସେବୀ ମଧ୍ୟ ଲାଗି ପଡିଛନ୍ତି ବୋଲି ଏସଆରସି କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.