ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୫-୦୫-୨୦୨୧
କରୋନାର ଦ୍ୱିତୀୟ ପ୍ରବାହରେ କରୋନା ପରିଚାଳନା କାର୍ଯ୍ୟ ରେ ନିୟୋଜିତ ଅଙ୍ଗନଓ୍ୱାଡି ଏବଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଲେ ମିଳିବ ୫୦ ଟଙ୍କାର ଆର୍ଥିକ ସହାୟତା । ମେ’ ୨୪ରୁ ଅଗଷ୍ଟ ୩୧ ଯାଏଁ ରାଜ୍ୟରେ ଡୋର୍ ଟୁ ଡୋର୍ ସର୍ଭେ ଚାଲିବ । ଯେଉଁଥିରେ ଗ୍ରାମାଞ୍ଚଳରେ ଆଶା ଓ ଅଙ୍ଗନଓ୍ୱାଡି କର୍ମୀ ଘର ଘର ସ୍କ୍ରିନିଂ କରିବେ ।

ଫଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇପାରିବେ ଏବଂ ଏହାକୁ ଅଧିକ ବ୍ୟାପିବାରୁ ରୋକାଯାଇପାରିବ । ତେବେ ଏହି କାର୍ଯ୍ୟରେ ନିୟୋଜିତ ପରେ ଅଙ୍ଗନଓ୍ୱାଡି ଏବଂ ସୁପରଭାଇଜରଙ୍କୁ ବି ଅଧିକ ସଂକ୍ରମଣ ହେବାର ଆଶା ଅଛି ତେଣୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି ।

ପୂର୍ବରୁ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଏବଂ ଏହା ଅନୁଯାୟୀ ମୃତ କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।ଏଥିସହିତ ସାମ୍ୱାଦିକଙ୍କ ପାଇଁ ମଧ୍ୟ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଏଥିସହିତ ୟାସ୍ ବାତ୍ୟା ରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
