କଟକ / ଅଷ୍ଟିନ୍ ନ୍ୟୁଜ

ତା – ୨୫-୦୫-୨୦୨୧
ବାତ୍ୟା ୟାସ୍ ର କୁପ୍ରଭାବ ଏବେ ସାମୁଦ୍ରିକ ଜୀବନ ଉପରେ ପଡ଼ିଛି। ବଙ୍ଗୋପସାଗର ରେ ସୃଷ୍ଠି ହୋଇଥିବା ଏହି ଝଡ଼ ର ପ୍ରଭାବରେ ଆଜି ସହ ସହ ସଂଖ୍ୟାରେ ଜେଲିଫିସ୍ ମୃତ ଅବସ୍ତା ରେ ପୁରୀ ବେଳାଭୂମିରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ପୁରୀ ବେଳାଭୂମିରେ ସତାଧିକ ମାଛ ମାରି ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ଅଭାବନୀୟ ଘଟଣା ଘଟିବ ପରେ ପୁରୀ ସାମୁଦ୍ରିକ ମତ୍ସ୍ୟ ଗବେସଣା କେନ୍ଦ୍ର ର ବୈଜ୍ଞାନିକମାନେ ମୃତ ମାଛ ଓ ଜେଲ୍ ଫିସ୍ ସହ ସମୁଦ୍ର ଜଳ ର ନମୁନା ସଂଗ୍ରହ କରିଛନ୍ତି। ତଥାପି ବାତ୍ୟା ୟାସ୍ ପାଇଁ ଅଶାନ୍ତ ରହୁଥିବା ସମୁଦ୍ର ଲହଡି ମଧ୍ୟ ଏହାର କାରଣ ହୋଇଥାଇପାରେ ବୋଲି ସେମାନେ ଅନୁମାନ କରୁଛନ୍ତି।

ବାରମ୍ବାର ଏପରି ଦୁର୍ଘଟଣା ଘଟିବା ଏବେ ଚିନ୍ତାର କାରଣ ପାଲଟିଛି। ଏହା ନିଶ୍ଚିତ ଭାବେ ଆତଙ୍କର ପରିବେଶ ସ୍ରୁଷ୍ଟି କରିଥିବାବେଳେ ସମୁଦ୍ର ପାଣିରେ କିଛି ବିଷକ୍ରିୟାର ଫଳ ହୋଇପାରିଥିବା ସୂଚନା ଦେଉଛି। ସତାଧିକ ଜେଲ୍ ଫିସ୍ ଆଜି ସକାଳୁ ଲାଇଟ୍ ହାଉସ୍ ଠାରୁ ପେନ୍ଥକଟା ଯାଏଁ ପ୍ରାୟ ୨ କି. ମି. ବିସ୍ତ୍ରୁତ ବେଳାଭୂମିରେ ମରି ପଡିଥିବା ଦେଖିବାକୁ ମିଳିଥିବା ସହ ପ୍ରବଳ ମାତ୍ର ରେ ମୃତ ଜେଲି ଫିସ୍ ସମୁଦ୍ର ଜଳରେ ଭାସୁଥିବା ଦେଖିବାକୁ ମିଳିଥିଲା।


ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
