ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୫-୦୫-୨୦୨୧
ମାଡିଆସୁଛି ବାତ୍ୟା । ଏହାପୂର୍ବରୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏସବୁ ଭିତରେ ବାଲେଶ୍ୱର ଯିବେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର । ବାଲେଶ୍ୱରରେ ବାତ୍ୟା ସ୍ଥିତିର ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ବାଲେଶ୍ବରରେ ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟାଶଙ୍କର ମିଶ୍ରଙ୍କୁ ଆଜି ବାଲେଶ୍ବର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେଠାରେ କ୍ୟାମ୍ପ କରି ବାତ୍ୟା ସ୍ଥିତି ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।ସୂଚନାଯୋଗ୍ୟ ଯେ, ବାଲେଶ୍ବରରୁ ଭଦ୍ରକ ମଧ୍ୟରେ ଅର୍ଥାତ ଧାମରା ଓ ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ’। ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ଭୀଷଣରୁ ଅତି ଭୀଷଣ ବାତ୍ୟାର ରୂପ ନେବା ପରେ ଉତ୍ତରପଶ୍ଚିମ ଆଡକୁ ଗତି କରୁଛି ।

ଏହି ଝଡ଼ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଉତ୍ତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୨୦ କିଲୋମିଟର ଓ ବାଲେଶ୍ୱରରୁ ୪୩୦ କିଲୋମିଟର ଦୂରରେ ରହିଛି । ଧାମରାରେ ପୋର୍ଟକୁ ୱାର୍ଣ୍ଣିଂ ୧୦ ଦିଆଯାଇଛି । ପୁରୀରେ ୮ ଏବଂ ଗୋପାଳପୁରରେ ୩ ୱାର୍ଣ୍ଣିଂ ଜାରି କରି କରିଛି ପାଣିପାଗ ବିଭାଗ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
