News portal website
before header
[URIS id=5393]

ମାଡିଆସୁଛି ବାତ୍ୟା ‘ୟସ୍’ …

0 190

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୫-୦୫-୨୦୨୧

ମାଡିଆସୁଛି ବାତ୍ୟା ‘ୟସ୍’ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ବାତ୍ୟା ‘ୟସ୍’ ବୁଧବାର ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି ।ତେବେ ଧାମରା ନିକଟରେ ବୁଧବାର ସକାଳେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରତିକ୍ରିୟା ରଖିଛନ୍ତି ।

ଏସଆରସି କହିଛନ୍ତି ଭିତରକନିକା, ଚାନ୍ଦବାଲି ଓ ଧାମରାରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରି ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵରକୁ ହାଇଜୋନରେ ରଖାଯାଇଛି । କେନ୍ଦୁଝର, ମୟୁରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି ।ସେହିପରି ସୁନ୍ଦରଗଡର ଲହୁଣୀପଡା ଓ ବଣେଇ, ଢେଙ୍କାନାଳର ୩ ବ୍ଲକ୍ କଙ୍କଡାହାଡ଼, ଭୁବନ, କାମାକ୍ଷାନଗର ଓ ଅନୁଗୋଳର ପାଲଲହଡା ଓ କଣିହାଁ ଆଦି ବ୍ଲକକୁ ଆଲର୍ଟ ରହିବା ପାଇଁ କୁହାଯାଇଛି ।

୩୦ଟି ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁରରେ ସର୍ବାଧିକ ବର୍ଷା ହୋଇଛି । ବର୍ତ୍ତମାନଠୁ ପବନ ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରୁ ପବନର ବେଗ ଆହୁରି ବଢ଼ିବ । ୫୦ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇସାରିଛନ୍ତି ।ସେହିଭଳି ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ବି ପ୍ରସ୍ତୁତ ଅଛି । ୬୯୦୦ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖିଛୁ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଯେଉଁଥିରେ ୭.୫୦ ଲକ୍ଷ ଲୋକଙ୍କୁ ରଖିପାରିବୁ । ଏହା ବାଦ୍ ପବ୍ଲିକ ବିଲିଡଂଗୁଡିକୁ ଖୋଲା ରଖିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଯାହାଦ୍ବାରା ଯେଉଁମାନେ ଶେଷ ମୁହୂର୍ତ୍ତରେ ଚାହିଁବେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୭୧୦ ଡ଼ିଜି ସେଟ ପଠାଯାଇଛି, ୮୧୩ ଟ୍ୟାଙ୍କର ପଠାଯାଇଛି । ବିଦ୍ୟୁତ ବିଭାଗ ପ୍ରସ୍ତୁତ ରହିଛି ।

ବିଦ୍ୟୁତ ବିଭାଗର ୧୦ ହଜାର ଲୋକ ମୁତୟନ ହୋଇ ସାରିଛନ୍ତି । ଆଉ ୨ ହଜାର ଲୋକ ଖୁବଶୀଘ୍ର ପହଞ୍ଚିବେ । ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି । ୩୦୮ ହେଲଥ ଟିମ୍ ଗଠନ କରାଯାଇଛି । ୨୧୫ ଜେନେରେଟର ରହିଛି । ୪୫୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.