ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୫-୦୫-୨୦୨୧
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୬୧୭୮ ଓ ଲୋକାଲରୁ ୪୭୬୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଅନୁଗୁଳ ୮୧୯, ବଲେଶ୍ୱର ୩୬୧, ବରଗଡ଼ ୩୨୩, ଭଦ୍ରକ ୧୪୨, ବଲାଙ୍ଗୀର ୧୯୫, ବୌଦ୍ଧ ୩୮୫, କଟକ ୯୨୨, ଦେବଗଡ଼ ୧୦୦, ଢ଼େଙ୍କାନାଳ ୭୬୩, ଗଜପତି ୪୩, ଗଞ୍ଜାମ ୨୫୪, ଜଗତସିଂହପୁର ୨୯୧, ଯାଜପୁର ୫୪୧, ଝାରସୁଗୁଡ଼ା ୧୯୧, କଳାହାଣ୍ଡି ୨୪୪, କନ୍ଧମାଳ ୭୭, କେନ୍ଦ୍ରାପଡ଼ା ୩୨୩, କେନ୍ଦୁଝର ୧୭୬, ଖୋର୍ଦ୍ଧା ୧୨୯୮, କୋରାପୁଟ ୨୪୨, ମାଲକାନଗିରି ୧୦୩, ମୟୂରଭଞ୍ଜ ୬୦୪, ନବରଙ୍ଗପୁର ୩୬୨, ନୟାଗଡ଼ ୨୨୫, ନୂଆପଡ଼ା ୨୨୫, ପୁରୀ ୪୫୬, ରାୟଗଡ଼ା ୧୫୬, ସମ୍ୱଲପୁର ୩୧୯, ସୋନପୁର ୨୩୧, ସୁନ୍ଦରଗଡ଼ ୫୧୨ ଓ ଷ୍ଟେଟ୍ ପୁଲ୍ରୁ ୨୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବର୍ତମାନ ସୁଦ୍ଧ। ୧,୧୪,୩୭,୩୩୭ ନମୁନା ପରୀକ୍ଷ। ହୋଇଥିବାବେଳେ ପଜିଟିଭ ସଂଖ୍ୟା ଅଛି ୭,୧୪,୩୮୦ । ୬,୦୧,୨୨୪ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେଶ ଅଛି ୧,୧୦,୫୫୪।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
https://twitter.com/AustinNewsMedia

