ମାଲକାନାଗିରି/ଅଷ୍ଟିନ୍ ନ୍ଯୁଜ

ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି ।
ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ପହଁରି ପହଁରି କୂଳକୁ ୩ ଜଣ ଆସିଥିବା ବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି । ସୂଚନା ମୁତାବକ ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ । ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ ।
ଅଧିକ ଲୋକ ହେବାରୁ ଦ୍ୱିତୀୟ ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା । ଘଟଣାକୁ ନେଇ ଓଡ୍ରାଫ୍, ଅଗ୍ନିଶମ ଟିମର ରେସକ୍ୟୁ ଅପରେସନ୍ ଜାରି ରହିଛି। ୭ ନିଖୋଜଙ୍କ ମଧ୍ୟରୁ ୨ ଜଣ ଗୁଣ୍ଠାଓ୍ୱାଡ଼ା ଗାଁର ହୋଇଥିବା ବେଳେ ପାଞ୍ଚ ଜଣ କନ୍ଧଗୁଡ଼ା ଗାଁର ବୋଲି ଜଣାଯାଇଛି। ପ୍ରକାଶ ଥାଉକି ତେଲେଙ୍ଗାନାର ରେଡଡି ଜିଲ୍ଲାକୁ ଇଟା ଗଢ଼ିବାକୁ ଯାଇଥିଲେ ଏମାନେ।ଏଭଳି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳିଯାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia

