ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୫-୦୫-୨୦୨୧
ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ୟାସ୍ । ଆଜି ଭେରି ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା । ପାରାଦୀପଠୁ ୩୬୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ୪୬୦ ଓ ଦୀଘାଠୁ ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ । ଏହା ଧିରେ ଧିରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ।

ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ୟାସ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ଆସନ୍ତାକାଲି ଦ୍ବିପହରେ ବାଲେଶ୍ବର ପାଖାପାଖି ଅତିକ୍ରମ କରିପାରେ ବାତ୍ୟା ୟାସ । ଅମ୍ଫାନଠୁ ଆହୁରି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି । ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ବାଲେଶ୍ବର ପାଖରେ ଲ୍ୟାଣ୍ଡଫଲ୍ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ୟାସ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ଧୀରେ ଧୀରେ ପବନର ବେଗ ଓ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ହୋଇପାରେ । ସେହିପରି ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ହୋଇପାରେ । ବାଲେଶ୍ବର, ଭଦ୍ରକ, ଓ ପଶ୍ଚିମଙ୍ଗର ମେଦୀନିପୁର ସମୁଦ୍ର ଅଶାନ୍ତ ରହିବ ।

ସମୁଦ୍ର ଅଶାନ୍ତ ହୋଇ ଲହଡ଼ି ୧୪ ମିଟର ହୋଇପାରେ । ଲ୍ୟାଣ୍ଡଫଲ୍ ସମୟରେ ସମୁଦ୍ରରେ ୨ରୁ ୪ ମିଟର ଉଚ୍ଚରେ ଜୁଆର ଉଠିପାରେ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜକୁ ୟାସ୍ ଅଧିକ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ମଧ୍ୟ ୟାସର ପ୍ରଭାବ ପଡ଼ିବ । ଘଣ୍ଟାକୁ ୯୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହୋଇପାରେ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
