News portal website
before header
[URIS id=5393]

ବାଲେଶ୍ବରରେ ପ୍ରବଳ ପ୍ରଭାବ ଦେଖାଇବ ବାତ୍ୟା ୟାସ

0 151

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୪-୦୫-୨୦୨୧

ୟାସ ବାତ୍ୟାରେ ପରିଣତ ହୋଇସାରିଛି ଖୁବ୍ ଶୀଘ୍ର ଅତି ଭୀଷଣ ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୬ ତାରିଖରେ ମଧ୍ୟାହ୍ନରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଯାହାର ବ୍ୟାପକ ପ୍ରଭାବ ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଥିବାରୁ ଜିଲ୍ଲାପାଳ କେ ସୁଦର୍ଶନଙ୍କ ନେତୃତ୍ବରେ ସେଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ।

ଜିଲ୍ଲାବାସୀଙ୍କୁ ସଚେତନ କରିବା ଲାଗି ଅତିକମ୍‌ରେ ଚାରି ଦିନ ପାଇଁ ପାନୀୟ ଜଳ ଗଚ୍ଛିତ କରି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି। ସେହିପରି ମାଟି ବା କଚ୍ଚା ଘରେ ନ ରହିବାକୁ ଲୋକଙ୍କୁ କୁହାଯିବା ସହିତ ନିକଟତମ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ଅନୁରୋଧ କରାଯାଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଲୋକେ ସରକାରୀ ପକ୍କା ଗୃହରେ ମଧ୍ୟ ଆଶ୍ରୟ ନେଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।ଜିଲ୍ଲାର ଦୋକାନ ଗୁଡ଼ିକରେ ଲାଗିଥିବା ସାଇନବୋର୍ଡ ଓ ହୋର୍ଡିଂ ଗୁଡ଼ିକୁ ଖୋଲି ଦେବାକୁ ପ୍ରଶାସନ ପକ୍ଷରୁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି।ଉଲ୍ଲେଖଯୋଗ୍ୟ, ଗତ ୬ ଘଣ୍ଟା ହେଲା ବାତ୍ୟା ୟାସ ସ୍ଥିର ରହି ଶକ୍ତି ସଞ୍ଚୟ କରୁଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ପୋର୍ଟ ବ୍ଲେୟାର ଠାରୁ ୬୦୦ କିମି, ପାରାଦୀପ ଠାରୁ ୫୪୦ କିମି, ବାଲେଶ୍ୱର ଠାରୁ ୬୫୦ କିମି ଓ ପଶ୍ଚିମବଙ୍ଗର ଦିଘା ଠାରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.