News portal website
before header
[URIS id=5393]

ଭାରତରେ ପ୍ରଥମ ଲହର ଠାରୁ ଦ୍ବିତୀୟ ଲହର ଭୟଙ୍କର।

0 183

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୪-୦୫-୨୦୨୧

ଭାରତରେ କରୋନା ଭାଇରସ୍‌ର ପ୍ରଥମ ଲହର ଯେତିକି କ୍ଷତି କରିନଥିଲା ତାଠୁ ବଳି ଯାଇଛି ଦ୍ଵିତୀୟ ଲହର। ଏହି ଲହର ପୂରା ଦେଶରେ ତାଣ୍ଡବଲୀଳା ମଚାଇ ଦେଇଛି। ଦ୍ଵିତୀୟ ଲହର ଏବେ କିଛିଟା ଧିମା ପଡିଥିଲେ ମଧ୍ୟ ମୃତ୍ୟୁ ମାମଲାରେ ବ୍ରେକ ଲାଗୁନି। ଏହି ମାରାତ୍ମକ ଭାଇରସ୍‌ ଯୋଗୁଁ ଭାରତ କରୋନାଜନିତ ମୃତ୍ୟୁ ମାମଲାରେ ତୃତୀୟ ସ୍ଥାନରେ ପହଞ୍ଚିଛି।

ପ୍ରଥମରେ ଆମେରିକା ରହିଥିବା ବେଳେ ବ୍ରାଜିଲ ଦ୍ଵିତୀୟରେ ରହିଛି। ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଟପିଛି।ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କରୋନାରେ ଦେଶରେ ୨,୯୯, ୨୬୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ରାଜ୍ୟଗୁଡିକର ସଦ୍ୟତମ ତଥ୍ୟକୁ ଯୋଡି ଦେଲେ ଏହା ତିନି ଲକ୍ଷ ଅତିକ୍ରମ କରିବ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ମେ ୨୩ ତାରିଖ ସନ୍ଧ୍ୟାରେ ରାଜ୍ୟଗୁଡିକ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୫୯୪, ଦିଲ୍ଲୀରେ ୧୮୯, ରାଜସ୍ଥାନରେ ୧୧୩, ପୁଡୁଚେରୀରେ ୩୪, ଛତିଶଗଡରେ ୯୨ ଓ ଓଡିଶାରେ ୨୮ ଜଣଙ୍କ କୋଭିଡ୍-୧୯ରେ ପ୍ରାଣହାନୀ ଘଟିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବିଶ୍ଵ ମହାମାରୀରେ ଯେଉଁ ରାଜ୍ୟରେ ସର୍ବାଧିକ ମୃତ୍ୟୁ ଘଟିଛି ସେଥିରେ ମହାରାଷ୍ଟ୍ରରେ ୮୭,୩୦୦ , କର୍ଣ୍ଣାଟକରେ ୨୪,୬୫୮, ଦିଲ୍ଲୀରେ ୨୩,୦୧୩, ତାମିଲନାଡୁରେ ୨୦,୦୪୬, ଉତ୍ତର ପ୍ରଦେଶରେ ୧୮,୯୭୮, ପଶ୍ଚିମବଙ୍ଗରେ ୧୪,୨୦୮, ପଞ୍ଜାବରେ ୧୩,୦୮୯ ଓ ଛତିଶଗଡରେ ୧୨,୪୯୪ ଜଣଙ୍କ ପ୍ରାଣହାନୀ ଘଟିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ଅନ୍ୟ ରୋଗରେ ପୀଡିତ ଥିଲେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.