News portal website
before header
[URIS id=5393]

କରୋନା ଭାଇରସର ଚାରଟି ନୂଆ ଷ୍ଟ୍ରେନ!

0 177

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୩-୦୫-୨୦୨୧

କରୋନା ଭାଇରସ କବଳରୁ ସମଗ୍ର ବିଶ୍ୱ ମୁକୁଳି ନଥିଲାବଳେ ଏବେ ଆଉ ୪ ପ୍ରକାର କରୋନା ଷ୍ଟ୍ରେନକୁ ନେଇ ଚିନ୍ତା ବଢିଲାଣି । ଏବେ ବ୍ୟାପୁଥିବା କରୋନା ଭାଇରସ ବାଦୁଡ଼ି ଦେହରୁ ମଣିଷ ଦେହକୁ ଡେଇଁଥିବାର କୁହାଯାଉଥିଲା ବେଳେ ଉପରୋକ୍ତ ୪ଟି ଷ୍ଟ୍ରେନ୍‌ ଭିତରୁ ଦୁଇଟି କୁକୁର ଠାରୁ, ଗୋଟିଏ ବିଲେଇ ଏବଂ ଆଉ ଗୋଟିଏ ଷ୍ଟ୍ରେନ୍‌ ଘୁଷୁରି ଠାରୁ ଡେଇଁଥିବାର କୁହାଯାଉଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଗବେଷକମାନଙ୍କ କହିବାନୁଯାୟୀ, ଗତ ବର୍ଷ କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ କେବଳ ୭ ପ୍ରକାର କରୋନା ଭାଇରସ ସମ୍ପର୍କରେ ଜଣାଥିଲା । କେବଳ ମାଲେସିୟାରେ କିଛି ବର୍ଷ ତଳେ ଜଣେ ବ୍ୟକ୍ତି ଦେହରେ ୪ ପ୍ରକାର କରୋନା ଷ୍ଟ୍ରେନ୍‌ ଠାବ କରାଯାଇଥିଲା । ଏହା ବିଶେଷଜ୍ଞମାନଙ୍କୁ ଚକିତ କରିଦେଇଥିଲା । କାରଣ ସେଇ ଷ୍ଟ୍ରେନଗୁଡିକ କେବଳ କୁକୁର, ବିଲେଇ ଓ ଘୁଷୁରିଙ୍କ ଦେହରେ ଦେଖାଯାଏ ।ଏହି ଷ୍ଟ୍ରେନଗୁଡିକ ମଣିଷ ଦେହକୁ କେମିତି ଆସିଲେ, ତାହା ସ୍ପଷ୍ଟ ହୋଇନାହିଁ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ସେହିପରି ଏହି ଷ୍ଟ୍ରେନଗୁଡିକ ମଣିଷ ଦେହରେ ନିଜକୁ ବିକଶିତ କରିପାରୁଛନ୍ତି ନା ନାହିଁ, ତାହା ବି ସ୍ପଷ୍ଟ ହୋଇନାହିଁ । ଏହା ଉପରେ ଅଧିକ ଅଧ୍ୟୟନ କରାଯିବାର ଆବଶ୍ୟକତା ରହିଛି ବୋଲି ଗବେଷକମାନେ କହିଛନ୍ତି । ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଆଗାମୀ ଦିନରେ ଏହି ୪ଟି ଷ୍ଟ୍ରେନ୍‌ ମାନବ ଜାତି ପାଇଁ ଚିନ୍ତାର କାରଣ ପାଲଟିପାରନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.