ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଖତ ଖାଉଛି ଭେଣ୍ଟିଲେଟର . ଗୁରୁତର ରୋଗୀଙ୍କୁ ଭେଣ୍ଟିଲେଟର ମିଳୁନଥିବା ବେଳେ, କନା ଢାଙ୍କି ଗଦା ହୋଇଛି ଭେଣ୍ଟିଲେଟର। ଏହି ଭିଜୁଆଲ ଭାଇରାଲ ହେବା ପରେ ଏବେ ବଲାଙ୍ଗିର ହସପିଟାଲରେ ହଇଚଇ ସୃଷ୍ଟି ହୋଇଛି। ଟେକ୍ନିସିଆନ ଅଭାବରୁ ଭେଣ୍ଟିଲେଟରକୁ ଆଜି ସକାଳୁ କେବଳ ଡେମୋ ଭାବରେ ରଖାଯାଇଛି। ଆଉ କିଛି ଖରାପ ହୋଇଯାଇଛି, ହେଲେ ମରାମତି ହେଉନି।

ରୋଗୀଙ୍କ ସଂର୍ପକୀୟ ମାନେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। ଭେଣ୍ଟିଲେଟର ଥାଇ ମଧ୍ୟ କାମରେ ଆସୁନଥିବାରୁ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଦୀନେଶ ଶର୍ମା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦେଖିବାକୁ ମିଳିଛି କାରଣ ଜେନେରାଲ ଆଇ.ସି.ୟୁରେ ୧୬ ଟି ବେଡ ଭିତରୁ କୌଣସି ବେଡରେ ଭେଣ୍ଟିଲେଟର ଲାଗିନଥିଲା କିନ୍ତୁ ଆଜି ସକାଳୁ କେବଳ ବେଡ ପାଖରେ ଭେଣ୍ଟିଲେଟର ଥୋଇ ଦିଆଯାଇଛି। ହେଲେ କୌଣସି ଭେଣ୍ଟିଲେଟର କାମ କରୁନି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
https://twitter.com/AustinNewsMedia

