News portal website
before header
[URIS id=5393]

ଦୈନିକ ସଂକ୍ରମଣ ବାରହଜାର ପାରହେଲା

0 162

ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ସେହିପରି ୨୪ ଘଂଟାରେ ୨୭ଜଣଙ୍କ ମୃତ୍ୟୁ ହୋଇଛି ।ଏହି ନୂଆ ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।


ସବୁଦିନ ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛି । କଟକରୁ ୧୦୮୪, ଅନୁଗୋଳରୁ ୯୩୦ଓ ସୁନ୍ଦରଗଡ଼ ୭୧୫ , ବାଲେଶ୍ୱର ୫୧୦ ବରଗଡ଼ରୁ ୩୧୫, ଭଦ୍ରକରୁ ୧୭୭, ବଲାଙ୍ଗିରରୁ ୨୯୬, ବୌଦ୍ଧରୁ ୩୬୫, ଦେବଗଡ଼ରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡ଼ାରୁ ୩୭୩, କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡ଼ାରୁ ୧୯୫, କେନ୍ଦୁଝରରୁ ୨୩୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩, ନୟାଗଡ଼ରୁ ୩୧୫, ନୂଆପଡ଼ାରୁ ୧୨୯, ପୁରୀରୁ ୫୬୮, ରାୟଗଡ଼ାରୁ ୩୨୧, ସମ୍ବଲପୁରରୁ ୪୦୦ ଓ ସୋନପୁର ଜିଲ୍ଲାରୁ ୨୦୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୩୨୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।


ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୬୮୪୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୪୩୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୫୬୫୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.