କଟକ / ଅଷ୍ଟିନ୍ ନ୍ୟୁଜ

ତା – ୨୦-୦୫-୨୦୨୧
ବଢୁଥିବା କରୋନା ସଂକ୍ରମଣ ଓ ହାଇ କୋଟ୍ କର୍ମଚାରୀ ଙ୍କ ମଧ୍ୟ ରେ ଅଧିକ ସଂକ୍ରମଣ ମାମାଲା କୁ ଦୃଷ୍ଟିରେ ରଖି, ହାଇ କୋର୍ଟ କୁ ମଧ୍ୟ ସଟ୍ଡାଉନ୍ କରିଦିଆଯାଇଛି। ମେ’ ୨୭ ତାରିଖ ଯାଏଁ ଉଚ୍ଚ ନ୍ୟାୟାଳୟ କୁ ସମ୍ପୂର୍ଣ୍ଣ ଭାବେ ସଟ୍ ଡାଉନ୍ କରିଦିଆଯାଇଛି। ଏପରି ନିଷ୍ପତ୍ତି ନେବା ସହ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଜେନେରାଲ ଙ୍କ ପକ୍ଷ୍ୟରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି।
ବିଜ୍ଞପ୍ତି ଅନୁସାରେ ମେ’ ୨୮ ପୂର୍ବରୁ ଘୋଷଣା କରାଯାଇଥିବା ନିୟମ ଅନୁସାରେ ହାଇ କୋଟ୍ କାର୍ଯ୍ୟ କରିବ। କେବଳ ସଟ୍ ଡାଉନ୍ ସମୟରେ ଅବସରକାଳୀନ ବେଞ୍ଚ କାର୍ଯ୍ୟ କରିବ ନାହିଁ। ଗ୍ରୀଷ୍ମ ଅବକାଶର ଅବକାଶ ର ଅବକାଶକାଳୀନ ବେଞ୍ଚ୍ ମେ’ ୩୧, ଜୁନ ୨ ଓ ଜୁନ ୪ ତାରିଖରେ କାର୍ଯ୍ୟ କରିବ। ଏହି ଦିନ ଗୁଡ଼ିକରେ ଅନ୍ୟ କୌଣସି ଜରୁରୀ ମାମାଲା ର ଶୁଣାଣି ପାଇଁ ତାରିଖ ପୂର୍ବଦିନ କାର୍ଯ୍ୟ ଦିନ ମାନଙ୍କରେ ରେଜିଷ୍ଟ୍ରୀ ଓ ଡେପୁଟି ରେଜିଷ୍ଟ୍ରାର ଙ୍କ ପାଖରେ ଆଗରୁ ଘୋଷଣା ହୋଇଥିବା ବ୍ୟବସ୍ଥାରେ ତାଲିକା ଭୁକ୍ତ କରାଯାଇ ପାରିବ।

ଯଦି ମେ’ ୨୦ ରୁ ମେ’ ୨୭ ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ ବେଳେ ଏପରି କିଛି ମାମଲା ଥାଏ, ଯାହାକି ମେ’ ୩୧ ପର୍ଯ୍ୟନ୍ତ ଶୁଣାଣି ପାଇଁ ଅପେକ୍ଷା କରାଯାଇପାରିବ ନାହିଁ, ତେବେ ଏଭଲି ମାମଲାର ଗୁରୁତ୍ଵ ବିଷୟରେ ନିର୍ଦ୍ଧିଷ୍ଟ ତଥ୍ୟ ଦେଇ ରେଜିଷ୍ଟ୍ରାର ଙ୍କ ପାଖରେ ପୁର୍ବାହ୍ନ ୧୧ ଟା ରୁ ୧୨ ଟା ସମୟ ମଧ୍ୟରେ ଇ – ମେଲ୍ [email protected] ଜରିଆରେ ଆଇନଜୀବୀ ଦାଖଲ କରିପାରିବେ। କିନ୍ତୁ ଏହି ସମୟରେ କୌଣସି ବି ଚିରାଚରିତ ମାମଲା ରୁଜୁ ନ କରିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
