ଭୁବନେଶ୍ୱର

ତା-୨୩-୦୭-୨୦୨୦
ଓଡ଼ିଶାରେ ପାଖାପାଖି ପାଞ୍ଚ ମାସ କରୋନା କାୟା ବିସ୍ତାର କରିଲା ପରେ ରାଜ୍ୟ ସରକାର ଘର ଘର ବୁଲି କରୋନାକୁ ଖୋଜିବା ଆରମ୍ଭ କରି ଦେଇଛନ୍ତି ।ଏ କଥା କହିଛନ୍ତି ରାଜ୍ଯ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।ଲୁଚି ପାରିବନି କରୋନା ଭୁତାଣୁ ।
ଆଶା,ଅଙ୍ଗନବାଡି କର୍ମୀ ଓ ଏ ଏନ ଏମ ଦିଦିମାନେ ଦୁଆର ଦୁଆର ବୁଲି କରୋନାକୁ ଖୋଜୁଛନ୍ତି। କୌଣସି ଜଣଙ୍କ ଠାରେ ସାମାନ୍ୟ ତମ ଲକ୍ଷଣ ଦେଖିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆଇସୋଲେସନରେ ରଖାଯାଉଛି। ସେମାନଙ୍କ ଚିକିତ୍ସା କରାଯାଉଛି ।ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ସୁସ୍ଥ ହାର ଅଧିକ । ପ୍ରତ୍ଯେକ ଜୀବନ ଆମ ପାଇଁ ମୂଲ୍ୟବାନ ।ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ମହଜୁଦ ଅଛି । ତିନି ଲକ୍ଷ ଆଣ୍ଟିଜେନ କିଟ ଗଚ୍ଛିତ ଅଛି ଚାରି ମାସ ପାଇଁ ଯାହା ଆବଶ୍ୟକ ସେସବୁ ଗଚ୍ଛିତ ଅଛି ।
ରାଜ୍ୟସରକାର ଏପଟେ ଏକଥା କହୁଥିବା ବେଳେ ୭୦ଭାଗରୁ ଅଧିକ ଲୋକେ ବିନା ଲକ୍ଷଣ ରେ ପଜିଟିଭ ବାହାରୁଛନ୍ତି । ତେବେ ଏସବୁ ଦିଗକୁ ଲକ୍ଷ୍ଯ କରି ହସ୍ପିଟାଲ ନଯାଇ ସେମାନେ ଘରେ ରୁହନ୍ତୁ । ଗାଁ ରେ ବି ବିନା ଲକ୍ଷଣ ଥିବା ଲୋକ ଘରେ ରହିବେ ।୯ରୁ ୧୦ଦିନ ଘରେ ରହିଲା ପରେ ସେମାନେ ସୁସ୍ଥ ହୋଇଯିବେ ବୋଲି କହିଥିଲେ। ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews
youtubeaustinnews
twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।
