ଯାଜପୁର

ତା-୨୩-୦୭-୨୦୨୦
କାଳିଆ ଟଙ୍କା ଫେରାଇବାକୁ ନୋଟିସ ଜାରି କଲା କୃଷିବିଭାଗ ।ଯାଜପୁର ଜିଲ୍ଲା ବରୀ ବ୍ଲକର 29ପଞ୍ଚାୟତ ରୁ 304ଜଣ ଅଯୋଗ୍ୟ ହିତାଧିକାରୀ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି।
ବରୀ ବ୍ଲକର ଧାରପୁର ପଞ୍ଚାୟତରୁ ସର୍ବାଧିକ 26ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ କିମ୍ଭିରିଆ ପାଳରୁ 25ଜଣ , ଭଅଁରାରୁ 15,ରତ୍ନଗିରିରୁ 15,ଅଲିପୁରରୁ 23,ଗୋଳକୁଣ୍ଡରୁ 20,ମନ୍ଦାରିରୁ 19,ଅଟିରାରୁ 12ଜଣ ଓ ଅନ୍ୟାନ ପଞ୍ଚାୟତରୁ ଅନେକ ଅଯୋଗ୍ୟ ହିତାଧିକାରୀ ଥିବା କୁର୍ଷି ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏକମାସ ମଧ୍ୟରେ ନିର୍ଧାରିତ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଜିଲ୍ଲା କୃଷି ବିଭାଗ ଜଣାଇଛନ୍ତି ।
ବ୍ଲକ କୃଷିବିଭାଗ କର୍ମଚାରୀ ମାନେ ତତ୍କାଳ ପଦକ୍ଷେପ ଭାବେ ନୋଟିସ ବାଣ୍ଟିବାରେ ଲାଗିପଡିଛନ୍ତି ।ଏହି ନୋଟିସରେ କାଳିଆ ହିତାଧିକାରୀ ତାଲିକାରୁ ବାଦ ପଡିଥିବାରୁ ସହାୟତା ରାଶି ଫେରସ୍ତ ନିମନ୍ତେ ଅନୁରୋଧ ପତ୍ରରେ ଉଲ୍ଲେଖ କରାଯାଇଛି ତେବେ ଅଯୋଗ୍ୟ ମାନଙ୍କୁ କଣ ପାଇଁ ଦିଆଯାଇଥିଲା କାଳିଆ ଟଙ୍କା । ପୁଣି ଫେରାଇବାକୁ କଣ ପାଇଁ ଦିଆଯାଉଛି ନୋଟିସ ?
କରୋନା ଭଳି ମହାମାରୀ ସମୟରେ ସରକାରଙ୍କୁ ଟଙ୍କାର ଆବଶ୍ୟକ ପଡିଲା କି ? ହାତ ବନ୍ଦ କରି ବସିଥିବା ଅଯୋଗ୍ୟ ହିତାଧିକାରୀ ମାସକ ମଧ୍ୟରେ ଫେରାଇ ପାରିବେ ତ ଟଙ୍କା ? ଅଯୋଗ୍ୟଙ୍କ ମଧ୍ୟରେ ଅଛନ୍ତି କି ଯୋଗ୍ୟ ହିତାଧିକାରୀ ?ଘଟଣାକୁ ତଦନ୍ତ କଲେ ଏହି ୩୦୪ଙ୍କ ମଧ୍ଯରେ ମଧ୍ଯ ଅନେକ ଯୋଗ୍ୟ ଅଛନ୍ତି ବୋଲି ସୂଚନା ମିଳୁଛି। ତେବେ ଆଉ ଥରେ ସମସ୍ତ ଅଯୋଗ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ବିଭାଗର କାର୍ଯ୍ୟଶୈଳୀ ଉପରେ ଲୋକଙ୍କ ଉଠିଥିବା ପ୍ରଶ୍ନର ଉତ୍ତର ମିଳିପାରନ୍ତା।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews
youtubeaustinnews
twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।
