ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୦-୦୫-୨୦୨୧
ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସେହି କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ଗୁରୁଦାୟିତ୍ବ ଦିଆଯିବ ।ସେହି କାର୍ଯ୍ୟ ପାଇଁ ଆଶାକର୍ମୀମାନଙ୍କୁ ୧୦ ହଜାର ଟଙ୍କା ମିଳିବ ବୋଲି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା କରିଛନ୍ତି ।

ଏକକାଳୀନ ଏହି ଅର୍ଥ କାର୍ଯ୍ୟରତ ଆଶାକର୍ମୀଙ୍କୁ ପ୍ରଦାନ କରାଯିବ ।ଏସମ୍ପର୍କରେ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଏହି ଟଙ୍କାରେ ଆଶାକର୍ମୀ ସାଇକେଲ୍, ଛତା, ପାଣି ବୋତଲ, ଚପଲ, ସାବୁନ୍ ଆଦି କିଣିପାରିବେ ।ଆକ୍ସନ ପ୍ଲାନ୍ ଅନୁଯାୟୀ ପ୍ରତିଦିନ ଘରକୁ ଘର ବୁଲି ଜ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ।

ଆକ୍ରାନ୍ତ ବ୍ୟକ୍ତିଙ୍କୁ ଔଷଧ ଦେବା ସହ ଆବଶ୍ୟକ ହେଲେ ହସ୍ପିଟାଲ ପଠାଇବାକୁ କୁହାଯାଇଛି । ଲକ୍ଷଣ ଥିଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବେ । ଆଶାକର୍ମୀ ଲିଫଲେଟ୍ ବାଂଟି ଲୋକଙ୍କୁ ମାସ୍କ ବ୍ୟବହାର ଓ ହାତ ଧୋଇବା ସମ୍ପର୍କରେ ସଚେତନ କରାଇବେ । ଆଶାକର୍ମୀ ଦୈନିକ ୨୦ଟି ଘର ବୁଲି ସର୍ଭେ କରିବେ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
