News portal website
before header
[URIS id=5393]

ଲିଚୁର ଚମତ୍କାରିତା ….କେବଳ ସ୍ୱାଦ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଅତ୍ୟନ୍ତ ଲାଭଦାୟକ:

0 207

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୦-୦୫-୨୦୨୧

ମିଠା ଏବଂ ରସଯୁକ୍ତ ସ୍ୱାଦର ଲିଚୁକୁ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । ଏହା ସ୍ୱାଦିଷ୍ଟ ହେବା ସହିତ ପୋଷକ ତତ୍ତ୍ୱରେ ମଧ୍ୟ ଭରପୂର ଅଟେ ।ଏଥିରେ ଭିଟାମିନ୍ ଏ, ବି, ସି, କ୍ୟାଲସିୟମ୍, ଫାଇବର, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହା ସ୍ୱାସ୍ଥ୍ୟ ଏବଂ ସ୍କିନ୍ ପାଇଁ ଲାଭଦାୟକ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଲିଚୁର ଉପକାରିତା…।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ହୃତପିଣ୍ଡକୁ ସୁସ୍ଥ ରଖିଥାଏ: ଲିଚୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତେଣୁ ହୃଦୟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ। ଇମ୍ୟୁନିଟି ବଢାଇଥାଏ:ଲିଚୁରେ ଭିଟାମିନ୍ ସି, ରାଇବୋଫ୍ଲାଭିନ୍, ଫୋଲେଟ୍, ନିୟାସିନ୍ ଏବଂ ବିଟା କାରୋଟିନ୍ ଇତ୍ୟାଦି ଉପାଦାନ ରହିଥାଏ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ ।

ବ୍ଲଡପ୍ରେସର କଣ୍ଟ୍ରୋଲ୍ ହୋଇଥାଏ: ଲିଚୁ ପୋଟାସିୟମ୍ ଏବଂ ସୋଡିୟମ୍ ଉପାଦାନରେ ଭରପୂର ।ଏହାର ଖାଇବା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ରକ୍ତଚାପ ରୋଗୀଙ୍କ ପାଇଁ ଲିଚୁ ଖାଇବା ଆବଶ୍ୟକ ।ଓଜନ ହ୍ରାସ କରିଥାଏ:ଲିଚୁରେ ଅଧିକ ଜଳ ଏବଂ ଫାଇବର ମାତ୍ରା ଅଧିକ ଏବଂ କମ୍ କ୍ୟାଲୋରୀ କମ୍ ହୋଇଥାଏ । ତେଣୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଆଖି ରହିଥାଏ ସୁସ୍ଥ:

ଏଥିରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଫାଇଟୋକେମିକାଲ୍ ଇତ୍ୟାଦି ଗୁଣ ରହିଥାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ନେପ୍ଲାଷ୍ଟିକ୍ ଗୁଣ ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧିରେ ସାହାଯ୍ୟ ମିଳିଥାଏ । ଏଥି ସହିତ, ଲିଚୁ ଆଖିର ଅସ୍ପଷ୍ଟତା ଏବଂ ମୋତିଆବିନ୍ଦୁ ସମସ୍ୟାରୁ ରକ୍ଷା କରିଥାଏ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.