News portal website
before header
[URIS id=5393]

ବସନ୍ତରାଜର ଆତ୍ମସମର୍ପଣ ପରେ କୋର୍ଟ ଚାଲାଣ।

0 443

ତଳକୋର୍ଟରେ ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦେଲେ କୋର୍ଟ।

ଅଷ୍ଟିନ୍ ନ୍ଯୁଜ/ ଯାଜପୁର

ତା-୨୦-୦୫-୨୦୨୧

ବହୁଚର୍ଚ୍ଚିତ ବାଲିଚନ୍ଦ୍ରପୁର ପୋଲିସ ଗାଡି ପୋଡି ଘଟଣାରେ ନୂଆମୋଡ।ଗାଡି ପୋଡି ଘଟଣାର ୭୫ ଦିନ ପରେ ଏବଂ ଆଇନ ସହ ଖେଳିବାର ସବୁତକ ବାଟ ବନ୍ଦ ପରେ, ନିରୁପାୟ ହୋଇ,ମୁଖ୍ଯ ଏବଂ ଅନ୍ଯତମ ଅଭିଯୁକ୍ତ ବସନ୍ତରାଜ ସାମଲ (ମିଟୁ)ଆଜି ବାଲିଚନ୍ଦ୍ରପୁର ଥାନାରେ ସକାଳ ସମୟରେ ଆତ୍ମସମର୍ପଣ କରିଛି।

ବସନ୍ତରାଜର କୋଭିଡ ଟେଷ୍ଟ ପରେ ଥାନାକୁ ଅଣାଯାଇଥିବା ବେଳେ ଏସଡିପିଓ ଚିନ୍ମୟ ନାୟକଙ୍କ ଉପସ୍ଥିତରେ କୋର୍ଟ ଚାଲାଣ କରାଯାଇଛି।ଚଣ୍ଡିଖୋଲ କୋର୍ଟରେ ହାଜର କରାଯିବା ପରେ ଜାମିନ ଖାରଜ ହୋଇଥିଲା। ଏହା ପରେ ବିଚାର ବିଭାଗୀୟ ହାଜତକୁ ୧୪ ଦିନ ପାଇଁ ପଠାଇ ଦିଆଯାଇଛି ବୋଲି ସୂଚନା ମିଳୁଛି।

ପୂର୍ବରୁ ଏହି ଘଟଣାରେ ବିଜେପି ଓ କଂଗ୍ରେସ ବାଲିଚନ୍ଦ୍ରପୁର ଥାନା ଘେରାଉ କରିବା ସହ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣାରେ ଅନ୍ଯତମ ଅଭିଯୁକ୍ତ ବସନ୍ତରାଜ ସାମଲଙ୍କୁ ଗିରଫ ପାଇଁ ଦାବି ପତ୍ର ଦେଇଥିଲେ।ଏହାର ପ୍ରତିବାଦରେ ବଡଚଣା ମହିଳା ବିଜେଡି ବାଲିଚନ୍ଦ୍ରପୁର ଥାନା ଘେରାଉ କରିବା ସହ ବିରୋଧୀ ଦଳ ମହିଳାଙ୍କୁ ଅସମ୍ମାନ କରୁଛି ବୋଲି ରଣହୁଙ୍କାର ଦେଇଥିଲେ। ହେଲେ ଆଇନ ହାବୁଡ଼ରେ ବସନ୍ତରାଜ ସାମଲ ଓରଫ ମିଟୁ ପଡିଲା ପରେ, ସେ ସବୁ କେବଳ ରାଜନୈତିକ ଚାଲ ଥିଲା ବୋଲି ସ୍ପଷ୍ଟ ହୋଇଛି।

ତେବେ ବସନ୍ତରାଜ ସାମଲ ପେସାରେ ଶିକ୍ଷକ ଥିବା ବେଳେ,ରାଜନୈତିକ ନେତୃତ୍ବ ନିଅନ୍ତି। ତାଙ୍କର ଧର୍ମ ପତ୍ନୀ ଶରସ୍ୱତି ବେହେରା ବର୍ତ୍ତମାନ ଭରତପୁର ପଞ୍ଚାୟତର ସରପଞ୍ଚ ଥିବା ବେଳେ, ଶିକ୍ଷକ ବସନ୍ତରାଜଙ୍କୁ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିଥିଲେ।

ଏହା ବ୍ଯତୀତ ପୋଲିସ ସବ-ଇନ୍ସପେକ୍ଟର ମନୋଜ କୁମାର ପଣ୍ଡା ମଧ୍ଯ ନିଲମ୍ବନ ହୋଇଥିଲେ। ପୂର୍ବରୁ ପାଖାପାଖି ୨୦ ଜଣକୁ ଗିରଫ କରିବା ସହ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଗିରଫ ହୋଇ ଜାମିନରେ ଆସିଛି।

ଗାଡି ପୋଡିର ପ୍ରକୃତ ତଥ୍ଯ ଏ ପର୍ଯ୍ୟନ୍ତ ବିଭାଗୀୟ ପକ୍ଷରୁ ସାର୍ବଜନୀନ କରାଯାଇନଥିବା ବେଳେ,ଥାନା ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ହୋଇଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.