News portal website
before header
[URIS id=5393]

“ସାମ୍ବାଦିକଙ୍କୁ ଆକ୍ରମଣ ପରେ କିଛି ହୁଏନି କାହିଁକି “-ଡଃ. ଜ୍ୟୋତି ପ୍ରକାଶ ମହାପାତ୍ର ଙ୍କ ଆଲେଖ୍ୟ।

0 513

ଗଣମାଧ୍ୟମର ବିଶ୍ୱସନୀୟତା ଏବେ ବେଶ ସଂକଟରେ। ଆମେ ନ ମାନିଲେ ବି ଏହା ସତ। ଦିନ ଥିଲା ଗଣମାଧ୍ୟମର ପ୍ରତିଟି କଥା ଓ ଶବ୍ଦକୁ ଲୋକେ ବିଶ୍ୱାସ କରୁଥିଲେ। ଏବେ ସେ ଯୁଗ ଆଉ ନାହିଁ। ଯେତେବେଳେ ଗଣମାଧ୍ୟମ ଉପରେ ଲୋକେ ସନ୍ଦେହ କରୁଛନ୍ତି, ସେତେବେଳେ ସେମାନେ ସାମ୍ୱାଦିକକୁ ବି ସନ୍ଦେହରେ ଦେଖୁଛନ୍ତି। ତାକୁ ଓ ତାର ଖବରକୁ ସେତେଟା ବିଶ୍ୱାସକୁ ନେଉ ନାହାନ୍ତି। ଫଳରେ ସାମ୍ବାଦିକ ପ୍ରତି ସାଧାରଣ ଲୋକଙ୍କ ଶ୍ରଦ୍ଧା କମି କମି ଯାଉଛି। ଯାହା ଅଶୁଭ ସଂକେତ।

ଭୁବନେଶ୍ୱର/ଅଷ୍ଟିନ ନ୍ଯୁଜ

ତା-୧୯-୦୫-୨୦୨୧

ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ସରକାର ସାମ୍ବାଦିକ ଓ ପୋଲିସ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଥିବା ବେଳେ,ଆଜି ସକାଳ ସମୟରେ ପୁରୀରୁ ଆସିଛି ଭିନ୍ନ ଘଟଣା,ଯୋଦ୍ଧା ବନାମ ଯୋଦ୍ଧା,ଜଣେ ଯୋଦ୍ଧା ଙ୍କ ଉପରେ ଆଉ ଗୋଟିଏ ଯୋଦ୍ଧା ବିଭାଗର ଜୁଲମ ଯାହାକୁ ନେଇ ଆଜି ଦିନ ତମାମ ଲାଗି ରହିଛି ଚର୍ଚ୍ଚା,

ଏହି ପ୍ରସଙ୍ଗକୁ ଭିତ୍ତି କରି ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଙ୍କ ସମ୍ପାଦକୀୟ ଆଲେଖ୍ୟ -“ସାମ୍ବାଦିକଙ୍କୁ ଆକ୍ରମଣ ପରେ କିଛି ହୁଏ ନାହିଁ କାହିଁକି?”

୧. ସାମ୍ବାଦିକଙ୍କ ଚାକିରୀ ଏବେ ପ୍ରାୟତଃ ଠିକା। ତେଣୁ ସେ ଚାକିରୀ ଯିବା ଡରରେ ସାରା ଜୀବନ ବଞ୍ଚେ।

୨. ଏକତା ବୋଲି ଶବ୍ଦ ସାମ୍ବାଦିକଙ୍କ ଭିତରେ ନାହିଁ। ତେଣୁ ଯିଏ ମାଡ଼ ଖାଇଲେ, ଅନ୍ୟ ବେଶି କେହି ପ୍ରତିବାଦ କରନ୍ତି ନାହିଁ। ସାମ୍ବାଦିକ ମାଡ଼ ଖାଇବା ପରେ ବି ତା ନିଜ ବୃତ୍ତିର ଲୋକଙ୍କ ପାଖରୁ ଯଥେଷ୍ଟ ସମର୍ଥନ ପାଉନାହିଁ। ଆଇନଜୀବୀ, ଡାକ୍ତରଙ୍କ ମଧ୍ୟରେ ଖୁବ ମଜଭୁତ ଏକତା ଅଛି। ଏଠି ତାହା ସ୍ବପ୍ନ।

୩. ଅଧିକାଂଶ ସାମ୍ବାଦିକ ସଂଘ ନାଁକୁ କେବଳ ଅଛନ୍ତି। ବର୍ଷରେ ଗୋଟାଏ, ଯୋଡ଼େ ଉତ୍ସବରେ ସେମାନଙ୍କ କାର୍ଯ୍ୟ ସୀମିତ। ସାମ୍ବାଦିକଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସେମାନେ କେବେ ସ୍ୱର ଉଠାନ୍ତି ନାହିଁ।

୪. ଆଜିକାଲି ସମସ୍ତ ଗଣମାଧ୍ୟମ ପ୍ରାୟତଃ କୌଣସି ନା କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ। ତେଣୁ ସେହି ଗଣମାଧ୍ୟମ ଆଗ ଦଳୀୟ ସ୍ୱାର୍ଥ ଦେଖେ। ସାମ୍ବାଦିକ ପଛକୁ ଠେଲି ହୋଇଯାଏ।

୫. ଏବେ ସାମ୍ବାଦିକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଇଛି। ପ୍ରେସ କାର୍ଡ ଖଣ୍ଡେ କୋଉଠୁ ଛପେଇ ନେଇ ଆସି ଯିଏ ନାହିଁ ସେ ସାମ୍ବାଦିକ କୁହାଉଛି। ତେଣୁ, କେହି ଏମାନଙ୍କୁ ଗୁରୁତ୍ୱ ଦେଉ ନାହାନ୍ତି।

୬. ଏ କଥାଟି ନିର୍ମମ ହେଲେ ବି ସତ। କିଛି କ୍ଷେତ୍ରରେ ସାମ୍ବାଦିକ ଏଇ ବୃତ୍ତିର ସୁବିଧା ନିଜର ବ୍ୟକ୍ତିଗତ ଉନ୍ନତି ଦିଗରେ ବ୍ୟବହାର କରନ୍ତି। ତେଣୁ ଯିଏ ସୁବିଧା ଦେଇଥାଏ, ସେ ସମ୍ପୃକ୍ତ ସାମ୍ବାଦିକଙ୍କ ସ୍ୱାଭିମାନ ମାପି ନେଇ ସାରିଥାଏ।

୭. ବଟି ଆଦାୟ କରିବା ଓ ଅନ୍ୟାନ୍ୟ ଅଭିଯୋଗରେ ପ୍ରେସ କାର୍ଡ ପକେଇ ବୁଲୁଥିବା ସାମ୍ବାଦିକଙ୍କୁ ପୁଲିସ ଅନେକ ଥର ଗିରଫ କଲାଣି। ତେଣୁ ଲୋକଙ୍କ ସମ୍ମାନ ଓ ସମର୍ଥନ ବେଶ କମି ଯାଇଛି ସାମ୍ବାଦିକଙ୍କ ପ୍ରତି।

୮. ଚତୁର୍ଥ ସ୍ତମ୍ଭ କାହାରି ପାଖେ କେବେ ଉତ୍ତରଦାୟୀ ହୋଇନି। ବରଂ ଅନ୍ୟ ତିନୋଟି ସ୍ତମ୍ଭକୁ ଜଗିଛି। ଏବେ ପଞ୍ଚମ ସ୍ତମ୍ଭ- ସାମାଜିକ ଗଣମାଧ୍ୟମ ସେ ଦିଗଟିକୁ ଜଗୁଛି ଓ ଚତୁର୍ଥ ସ୍ତମ୍ଭର ଭଲ, ମନ୍ଦ ସବୁ ଲେଖୁଛି, ଯାହା ସଭିଙ୍କ ପାଇଁ ସହଜରେ ଉପଲବ୍ଧ।

୯. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା- କେହି ନିଜ ସମ୍ପର୍କରେ କୌଣସି ନେଗେଟିଭ ଖବର ପଢିବାକୁ ଚାହୁଁ ନାହାନ୍ତି। ତେଣୁ ଯେ କୌଣସି ଉପାୟରେ ସେମାନେ ସାମ୍ବାଦିକଙ୍କୁ ଚୁପ କରେଇ ଦେଉଛନ୍ତି।

୧୦. ପୁଣି କିଛି ଜାଗାରେ ସାମ୍ବାଦିକ ଆପୋଷ ବୁଝାମଣା କରି ନେଉଛି, ନିଜ ସୁବିଧା ଦେଖି, ଯେହେତୁ କେହି ତା ପିଠିରେ ପଡୁ ନାହାନ୍ତି। ତେଣୁ ଯିଏ ଆକ୍ରମଣ କରୁଛି, ଏହା ତାକୁ ସୁହାଉଛି।

୧୧. ଗଣମାଧ୍ୟମର ବିଶ୍ୱସନୀୟତା ଏବେ ବେଶ ସଂକଟରେ। ଆମେ ନ ମାନିଲେ ବି ଏହା ସତ। ଦିନ ଥିଲା ଗଣମାଧ୍ୟମର ପ୍ରତିଟି କଥା ଓ ଶବ୍ଦକୁ ଲୋକେ ବିଶ୍ୱାସ କରୁଥିଲେ। ଏବେ ସେ ଯୁଗ ଆଉ ନାହିଁ। ଯେତେବେଳେ ଗଣମାଧ୍ୟମ ଉପରେ ଲୋକେ ସନ୍ଦେହ କରୁଛନ୍ତି, ସେତେବେଳେ ସେମାନେ ସାମ୍ୱାଦିକକୁ ବି ସନ୍ଦେହରେ ଦେଖୁଛନ୍ତି। ତାକୁ ଓ ତାର ଖବରକୁ ସେତେଟା ବିଶ୍ୱାସକୁ ନେଉ ନାହାନ୍ତି। ଫଳରେ ସାମ୍ବାଦିକ ପ୍ରତି ସାଧାରଣ ଲୋକଙ୍କ ଶ୍ରଦ୍ଧା କମି କମି ଯାଉଛି। ଯାହା ଅଶୁଭ ସଂକେତ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.