News portal website
before header
[URIS id=5393]

ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବନ୍ଦ

0 249

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୬-୦୫-୨୦୨୧

ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବନ୍ଦ ରଖାଯାଇଛି । ଆଜି ଶ୍ରୀମନ୍ଦୀର ପରିଚାଳନା କମିଟିର ବୈଠକରେ ଏ ନେଇ ନିଷ୍ପତି ହୋଇଛି । ଏହା ବାଦ ମନ୍ଦୀରର ସମସ୍ତ ଦୈନିକ ନିତିକାନ୍ତୀ ଯଥାରିତି ଚାଲିବ ବୋଲି ସୂଚନା ପ୍ରଦାନ କରାଯାଇଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏହା ସହିତ ପୁର୍ବ ନିଷ୍ପତି ଅନୁଯାଇ ଚନ୍ଦନ ଯାତ୍ର ମଧ୍ୟ ବିନା ଭକ୍ତରେ ଆରମ୍ଭ ହୋଇଯାଇଛି । ତେବେ ଏହି ବୈଠକରେ ସମସ୍ତେ ସର୍ବସମ୍ମତ ମତ ରଖିଥିଲେ ଯେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି (ରୀତିନୀତି) ର ପୁରୁଣା ପରମ୍ପରାର ନିରନ୍ତରତାକୁ ସୁନିଶ୍ଚିତ କରିବା ତଥା ଚାଲୁଥିବା ପର୍ବ ରୁତୁକୁ ନଜରରେ ରଖି ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ।

ଏହି ସମୟରେ ସେବାୟତ ପରିବାର ମଧ୍ୟରେ କୋଭିଡ-୧୯ର କୌଣଷି ବିସ୍ତାର ନିତିକାନ୍ତି ପାଳନ ତଥା ଚନ୍ଦନ ଯତ୍ର, ସନାତନ ଯାତ୍ରା ଏବଂ ରଥ ଯାତ୍ରାର ରୀତିନୀତି ପାଇଁ କ୍ଷତିକାରକ ହେବ ।ଏହାକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଇଛି ଯେ ଶ୍ରୀ ଜଗନ୍ନାଥ ମନ୍ଦିର ଜନସାଧାରଣଙ୍କ ଦ୍ୱାରା ୧୫,୦୬,୨୦୨୧ ପଯ୍ୟନ୍ତ ବନ୍ଦ ରହିବ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ସେବାୟତ ଏବଂ ମନ୍ଦିର ଅଧିକାରୀଙ୍କ ସହାୟତାରେ ସମସ୍ତ ଦୈନନ୍ଦିନ ରୀତିନୀତି ଜାରି ରହିବ । ଅବଶିଷ୍ଟ ସମସ୍ତ ସତର୍କତା ଏବଂ ପଦକ୍ଷେପଗୁଡିକ ବିସ୍ତୃତ ଭାବରେ ଜାରି ରହିବ । ବିକାଶଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୟ ସମୟରେ ମନ୍ଦିର ପରିଚାଳନା ନିଷ୍ପତିକୁ ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.