News portal website
before header
[URIS id=5393]

କରୋନା ରୋଗୀଙ୍କ ପାଇଁ ଐତିହାସିକ ନିଷ୍ପତ୍ତି!

0 1,114

ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲରେ ସିସିଟଭି କ୍ୟାମେରା ସଂଯୁକ୍ତ କରି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା ସୁବିଧା ପ୍ରଦାନ କରାଯିବ।

Notice

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର

ତା-୧୬-୦୫-୨୦୨୧

ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ୍‌ ଏବଂ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ରୋଗୀଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟ ଯୋଗାଯୋଗ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି।

ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲରେ ସିସିଟଭି କ୍ୟାମେରା ସଂଯୁକ୍ତ କରି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା ସୁବିଧା ପ୍ରଦାନ କରାଯିବ। ହ୍ବାଟସ୍‌ଆପ ମାଧ୍ୟମରେ ସମ୍ପର୍କୀୟଙ୍କ ସହ ଭଏସ୍ ମେସେଜ୍ / ଫଟୋ ପ୍ରଦାନ କରିବା ପାଇଁ ମଧ୍ୟ ସୁବିଧା ପ୍ରଦାନ କରାଯିବ। ସମସ୍ତ କୋଭିଡ୍ ହସ୍ପିଟାଲ୍/ କୋଭିଡ୍ କେୟାର କେନ୍ଦ୍ରରେ ୨୪×୭ ହେଲପ୍ ଡେସ୍କ୍ କାର୍ଯ୍ୟକ୍ଷମ ହେବ।

କୋଭିଡ୍ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସେମାନଙ୍କ ସମ୍ପର୍କୀୟଙ୍କୁ ତଥ୍ୟ ପ୍ରଦାନ କରାଯିବ। ଆବଶ୍ୟକ ସ୍ଥଳେ ରୋଗୀଙ୍କ ନିକଟତମଙ୍କୁ ହ୍ବାଟସ ଆପ କିମ୍ବା ଏସ୍‌ଏମ୍‌ଏସ୍ ଜରିଆରେ ସ୍ବାସ୍ଥ୍ୟାବସ୍ଥା ତଥ୍ୟ ପ୍ରଦାନ କରାଯିବ। ଏଥିପାଇଁ ଆବଶ୍ୟକ ଅନୁସାରେ ସ୍ବତନ୍ତ୍ର ଭାବରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିୟୋଜିତ କରାଯିବ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.