ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୫-୦୫-୨୦୨୧
ବାତିଲ ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ! କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ହେବାକୁ ଆସିବା ପରିବର୍ତ୍ତେ ଅଧିକ ବେକାବୁ ହେବାକୁ ଲାଗିଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଚିନ୍ତାରେ ପଡିଲାଣି । କେନ୍ଦ୍ରୀୟ ମାଧ୍ୟମ ଶିକ୍ଷା ବୋର୍ଡ(ସିବିଏସଇ)ର ଦଶମ ଭଳି ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରି ବିକଳ୍ପ ମୂଲ୍ୟାୟନ କରିବାକୁ ଚାଲିଛି ଆଲୋଚନା ।

ତେବେ ଏ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।ଅପରପକ୍ଷେ ଦ୍ୱାଦଶ ପରୀକ୍ଷା ବିଳମ୍ବ ହେଲେ ବିଦେଶରେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖିବାକୁ ଆଶାୟୀ ଛାତ୍ରଛାତ୍ରୀ ଅସୁବିଧାରେ ପଡିବେ । ସେହିପରି ଦେଶ ଭିତରେ ମଧ୍ୟ ଡାକ୍ତରୀ, ଇଞ୍ଜିନିୟରିଂ, ଇଣ୍ଟିଗ୍ରେଟେଡ୍ ଏମବିଏ, ଇଣ୍ଟିଗ୍ରେଟେଡ୍ ଲ’ ସମେତ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ଯୁକ୍ତ ଦୁଇର ମାର୍କ ଗୁରୁତ୍ୱ ବହନ କରିଥାଏ ।
ତେଣୁ ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଯଦି ପରିସ୍ଥିତି ନ ସୁଧୁରିବ, ତେବେ ଦ୍ୱାଦଶ ପରୀକ୍ଷା ବାତିଲ କରି ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା ଚାଲିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।ସେହିପରି ଦେଶର ବହୁ ରାଜ୍ୟରେ ସିବିଏସଇ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି । ହେବ କିମ୍ବା ହେବନାହିଁ ତାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି ।

ତାହା ସ୍ପଷ୍ଟ କରି ଦଶମ ଭଳି ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରିବାକୁ ବହୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।ସିବିଏସ୍ଇ ଯଦି ଦଶମ ଭଳି ଦ୍ୱାଦଶ ପରୀକ୍ଷାକୁ ବାତିଲ କରେ, ତେବେ ତାହାର ପଥକୁ ଅନୁସରଣ କରିବେ ଅନ୍ୟ ବୋର୍ଡ । ଦଶମ ପରୀକ୍ଷା ବାତିଲ କ୍ଷେତ୍ରରେ ସିବିଏସଇ ଘୋଷଣା କରିବା ପରେ ସିଆଇଏସସିଇ ମଧ୍ୟ ତା’ର ଦଶମ ପରୀକ୍ଷା ବା ଆଇସିଏସଇ ପରୀକ୍ଷାକୁ ବାତିଲ କରିଥିଲା ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
