ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୫-୦୫-୨୦୨୧
ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ମାଡିଆସୁଛି ବାତ୍ୟା ‘ତଉକତେ’ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏନେଇ ସତର୍କ କରାଇଦେଇଛି । ଆରବ ସାଗର ଉପରେ ମେ ୧୭ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ତଉକତେ’ । ପରେ ୧୮ ମେ ସୁଦ୍ଧା ଗୁଜୁରାଟ ଉପକୂଳ ଦେଇ ଏକ ଭୟଙ୍କର ଘୂର୍ଣ୍ଣିବଳୟ ରୂପ ନେଇ ଗତିକରିବ ।
ପାଣିପାଗ ବିଭାଗ ସୂଚନା ମୁତାବକ ଗଭୀର ଚାପ ଯୋଗୁଁ ଏହା ଅତ୍ୟନ୍ତ ବିପଜ୍ଜନକ ରୂପ ନେବା ଆରମ୍ଭ କରିଛି ।ଶନିବାର ସୁଦ୍ଧା ଏହା ଭୀଷଣ ଘୂର୍ଣ୍ଣିବଳୟରେ ପରିଣତ ହେବାକୁ ଯାଉଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

‘ତଉକତେ’ ଯୋଗୁଁ ଗୋଆ ଏବଂ ଦକ୍ଷିଣ କୋଙ୍କଣ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଆସନ୍ତା ୧୬ରୁ ୧୯ ମଧ୍ୟରେ ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା । ତେବେ ଯେତେବେଳ ଏହା ସ୍ଥଭାଗ ଛୁଇଁବ ସେତେବେଳେ ପ୍ବନର ବେଗ ବଢି ଅର୍ଥା ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ବହିବାର ଅନୁମାନ କରାଯାଉଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
