ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬ ହଜାର ୬୧୧ ଓ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । କରୋନା ରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଏବଂ ସୁନ୍ଦରଗଡରୁ ୧୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଅନୁଗୁଳରୁ ୬୬୮, ବରଗଡ଼ରୁ ୪୨୧, ଭଦ୍ରକରୁ ୩୦୦, ବାଲେଶ୍ୱରରୁ ୩୦୩, ବଲାଙ୍ଗୀରରୁ ୩୫୮, ମୟୂରଭଞ୍ଜରୁ ୩୭୪, ପୁରୀରୁ ୩୮୮, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୩୨୭ , ବୌଦ୍ଧରୁ ୨୪୬, ଦେବଗଡ଼ରୁ ୧୦୯, ଢେଙ୍କାନାଳରୁ ୨୮୦, ଗଜପତିରୁ ୧୧୫, ଗଞ୍ଜାମରୁ ୩୩୧, କୋରାପୁଟରୁ ୧୯୬, ଜଗତସିଂହପୁରରୁ ୨୭୪, ଯାଜପୁରରୁ ୩୯୨, କଳାହାଣ୍ଡିରୁ ୩୭୭, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୧୪୭, କେନ୍ଦୁଝରରୁ ୧୮୮, ମାଲକାନଗିରିରୁ ୯୪, ନବରଙ୍ଗପୁରରୁ ୨୩୯, ନୟାଗଡ଼ରୁ ୨୮୦, ନୂଆପଡ଼ାରୁ ୩୦୭, ରାୟଗଡ଼ାରୁ ୧୩୭, ସମ୍ବଲପୁରରୁ ୫୫୩, ସୋନପୁରରୁ ୨୧୪, ଓ ଷ୍ଟେଟ୍ ପୁଲରୁ ୨୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୦୦୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧,୦୬,୪୭୧ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୯୧୬୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
lhttps://twitter.com/AustinNewsMedia

