News portal website
before header
[URIS id=5393]

ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା ।

0 280

ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର

ତା-୧୪-୦୫-୨୦୨୧

ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ଚାଷୀ ଖାତାକୁ ଗଲା କାଳିଆ କିସ୍ତି । ମୋଟ ୪୨ ଲକ୍ଷ ଲୋକଙ୍କ ଖାତାକୁ ୯୦ କୋଟି ଟଙ୍କା ଯାଇଥିବାର ସୂଚନା ଦିଆ ଯାଇଛି । ଏହାସହିତ ଉତ୍କଳ ଦିବସରେ ରାଜ୍ୟ ସରକାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ସିଧାସଳଖ ପାଠାଇଥିଲେ । ଏହାସହିତ ୬୯୪ କୋଟି ଟଙ୍କା ପ୍ରତିଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିବାର ସୂଚନା ମିଳିଛି ।


ସେପଟେ, ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ। ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ଚାଷୀଙ୍କୁ ଅଷ୍ଟମ କିସ୍ତି ପିଏମ୍ କିଷାନ ଯୋଜନାର ଅର୍ଥ ମିଳିବା ଅବସରରେ ଟ୍ୱିଟ୍‌ କରି ଚାଷୀଙ୍କ ହିତ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦ ଲକ୍ଷ ୫୦ ହଜାର ୧୦୩ ଚାଷୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ କେବଳ ସପ୍ତମ କିସ୍ତିରେ ୨୪ ଲକ୍ଷ ୭୦ ହଜାର ୬୭୧ ଚାଷୀ ମୋଟ ୪୯୪.୧୩ କୋଟି ଟଙ୍କାର ସହାୟତା ରାଶି ପାଇଥିଲେ। ଏ ନେଇ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଜୀଙ୍କୁ ଚିଠି ଲେଖିବା ପରେ ଅଷ୍ଟମ କିସ୍ତିରେ ୨୭ ଲକ୍ଷ ୮୩ ହଜାର ୨୦୯ ଚାଷୀ ଲାଭ ପାଇଛନ୍ତି। ଯାହା ସପ୍ତମ କିସ୍ତିରୁ ୩,୧୨,୫୩୮ ଅଧିକ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave A Reply

Your email address will not be published.