News portal website
before header
[URIS id=5393]

ନୀଳମଣି ସାମଲ ରାଜ୍ଯ ସ୍ବାଧୀନତା ସଂଗ୍ରାମୀ ସଭାପତି

0 606

ଭୁବନେଶ୍ୱର

ତା-୧୭-୦୭-୨୦୨୦

ଓଡିଶା ରାଜ୍ଯ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନୀଳମଣି ସାମଲ। ଅଖିଳ ଭାରତ ସ୍ବାଧୀନତା ସଂଗ୍ରାମୀ ସମିତିର ଅନୁମୋଦନ କ୍ରମେ ରାଜ୍ଯ ସମିତିର ସଭାପତି ଭାବେ ଶ୍ରୀ ସାମଲ ନିର୍ବାଚିତ ହୋଇଛନ୍ତି।

ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ପରେ ଏହି ପଦବୀ ଖାଲି ପଡିଥିଲା। ୩ୟ ଥର ରାଷ୍ଟ୍ରପତି ସମ୍ମାନ ପାଇଥିବା ୯୭ ବର୍ଷୀୟ ସଂଗ୍ରାମୀ ଶ୍ରୀ ସାମଲଙ୍କ ଘର ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ବାଲିପଡିଆ ଗ୍ରାମରେ। ୧୯୪୨ ଭାରତଛାଡ଼ ଆନ୍ଦୋଳନରେ କାରାବରଣ କରିଥିଲେ। ବାଲିପଡିଆ ଠକ୍କରବାପା ଆଶ୍ରମ ସହ ଜଡିତ ରହି ସେବାରେ ନିୟୋଜିତ ଅଛନ୍ତି।

୧୯୨୩ ଫେବୃଆରୀ ୨୩ ତାରିଖରେ ଜନ୍ମିତ ଶ୍ରୀ ସାମଲ ଯାଜପୁର ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ କାର୍ଯ୍ଯକରି ଆସୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତିଭାଦେବୀ ସିଂ ପାଟିଲ ଓ ପ୍ରଣବ ମୁଖାର୍ଜୀ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଠାରୁ ସେ ସମ୍ମାନୀତ ହୋଇ ସାରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ସମିତି ପକ୍ଷରୁ ଶ୍ରୀ ସାମଲଙ୍କ ନାମ ପ୍ରସ୍ତାବିତ ହେବା ପରେ ରାଜ୍ଯ ସମିତି ସ୍ବୀକୃତି ଦେବା ସହ ସର୍ବଭାରତୀୟ ସମିତି ଅନୁମୋଦନ କରିଛି। ଡ. ହରେକୃଷ୍ଣ ମହାତାବଙ୍କ ଦ୍ବାରା ପ୍ରତିଷ୍ଠିତ ଅଖିଳ ଭାରତ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ ପୂର୍ବରୁ ପ୍ରହ୍ଲାଦ ରାୟ ଲାଠ୍, ଶ୍ରୀ ଧର ଦାଶ, ପୁରୁଷୋତ୍ତମ ନାୟକ ଓ ଭବୀନୀ ଚରଣ ପଟ୍ଟନାୟକ କାର୍ଯ୍ୟକରିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.