ଭୁବନେଶ୍ୱର

ତା-୧୪-୦୭-୨୦୨୦
♦️ଭୁବନେଶ୍ୱର ଡିସିପି ହେଲେ ଉମାଶଙ୍କର ଦାଶ
♦️କଟକ ଡିସିପି ହେଲେ ପ୍ରତୀକ ସିଂହ
♦️ସୁନ୍ଦରଗଡ଼ ଏସ୍ପି ହେଲେ ସାଗରିକା ନାଥ
♦️ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପିବଦଳିଲେ ଭୁବନେଶ୍ୱର ଓ କଟକ ଡିସିପି।
ଆଇପିଏସ ସ୍ତରରେ ଆଜି ଅଦଳବଦଳ ହୋଇଛି ।ପୁରୀ ଏସ୍ ପି ଥିବା ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ହୋଇଥିବା ବେଳେ କନ୍ଧମାଳ ଏସ୍ପି ଥିବା ପ୍ରତୀକ ସିଂହ କଟକ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି। ଭୁବନେଶ୍ୱର ଡିସିପି ଥିବା ଅନୁପ ସାହୁଙ୍କୁ ଇଣ୍ଟେଲିଜେନ୍ସ ଡିଆଜି ଭାବେ ନିଯୁକ୍ତି ମିଳିଛି। ସେହିପରି କଟକ ଡିସିପି ଅଖିଳେଶ୍ୱର ସିଂହଙ୍କୁ ପୁରୀ ଏସ୍ପି ଭାବେ ବଦଳି କରାଯାଇଛି।ସେହିପରି ଟ୍ରାଫିକ ଡିସିପି ଥିବା ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଏସ୍ପି ଭାବେ ନିଯୁକ୍ତି ମିଳିଛି। ସୁନ୍ଦରଗଡ଼ ଏସ୍ପି ଥିବା ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ଭାବେ ନିଯୁକ୍ତ କରାଯାଇଛି। ପିଓଏଚ୍ ଏବଂ ଡବ୍ଲ୍ୟୁସିର ସିଏମ୍ଡି ଭାବେ ଏମ୍ ଅକ୍ଷୟଙ୍କୁ ନିଯୁକ୍ତି ମିଳିଥିବା ବେଳେ ଅଗ୍ନିଶମ ସେବା ଏବଂ ହୋମଗାର୍ଡ ଡିଜି ଭାବେ ସତ୍ୟଜିତ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି।ଲଳିତ ଦାସଙ୍କୁ ଏଡିଜି କମ୍ୟୁନିକେସନ ଦାୟିତ୍ୱ ଦିଆଯାଇଥିବା ବେଳେ ରାଧାକୃଷ୍ଣ ଶର୍ମାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ, ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି କ୍ରାଇମବ୍ରାଞ୍ଚ, ପ୍ରବୀଣ କୁମାରଙ୍କୁ ଆଇଜି ଅଇନଶୃଙ୍ଖଳା, ସାର୍ଥକ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପି, ଗଜପତି ଏସ୍ପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି। ବିନୀତ ଅଗ୍ରୱାଲଙ୍କୁ କନ୍ଧମାଳ ଏସ୍ପି ଭାବେ ନିଯୁକ୍ତି ମିଳିଥିବା ବେଳେ ରାହୁଲ ଜୈନଙ୍କୁ ନୂଆପଡ଼ା ଏସ୍ପି ଭାବେ ବଦଳି କରାଯାଇଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews
youtubeaustinnews
twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।
