News portal website
before header
[URIS id=5393]

ନାମ ଲେଖା ଫି’ ତଥ୍ୟ ମାଗିଲା ଉଚ୍ଚ ଶିକ୍ଷା ବିଭାଗ

0 251

Notice

ଭୁବନେଶ୍ବର

ତା-୧୭-୦୭-୨୦୨୦

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଡିଗ୍ରି କଲେଜ, ସେଲ୍ଫ ଫାଇନାନ୍ସିଂ କଲେଜ, ସଂସ୍କୃତ ମହାବିଦ୍ୟାଳୟ ସମେତ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ(ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ) ଓ ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ(କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ଅଧ୍ୟକ୍ଷଙ୍କୁ ନାମଲେଖା ସମ୍ପର୍କରେ ସବିଶେଷ ତଥ୍ୟ ମଗା ଯାଇଛି।

ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ୍‌ ଅଧିକାରୀ ମିହିର କୁମାର ଦାସ ଚିଠି ଲେଖି କହିଛନ୍ତି ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ଫି, ବ୍ୟାଙ୍କ ଆକାଉଣ୍ଟ ସୂଚନା, ହଷ୍ଟେଲ ଦେୟ, କଲେଜ ଯୋଗାଯୋଗ ବିବରଣୀ ଆଦି ପ୍ରଦାନ କରନ୍ତୁ। ନାମଲେଖା ଫି’, କୋର୍ସ ଫି’କୁ ନେଇ ବାରମ୍ବାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହେଉଥିବାରୁ ସେଥିରେ ସ୍ବଚ୍ଛତା ଆଣିବା ପାଇଁ ପ୍ରୟାସ କରାଯାଇଛି।

ଯୁକ୍ତ ୩ ପାଠ୍ୟକ୍ରମରେ ‘କୋର୍ସ ଫି’ ପାଇଁ ନିର୍ଦିଷ୍ଟ ବିଷୟର ସମଗ୍ର ୩ବର୍ଷ ପାଇଁ ଛାତ୍ରଛାତ୍ରୀ ଦାଖଲ କରୁଥିବା ଦେୟ। ଏହି ଦେୟ ବିବରଣୀ ସାମ୍‌ସ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିବ। ଭବିଷ୍ୟତରେ ସେହି ବାବଦରେ ଅନ୍ୟ କିଛି ଫି’ ନେଇପାରିବେ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ ଚଳିତ ମାସ ୩୦ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ନିଜ କଲେଜର ସାମ୍‌ସ ପ୍ରୋଫାଇଲକୁ ଅପଡେଟ୍‌ କରିବାକୁ କୁହାଯାଇଛି।କୁହାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.