News portal website
before header
[URIS id=5393]

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଭାଇରସ ନେଲାଣି ୪୪ ଜୀବନ

0 171

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୨-୦୫-୨୦୨୧

ମହାମାରୀ କରୋନାର ଦ୍ୱିତୀୟ ଲହର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ)ରେ ହଇଚଇ ସୃଷ୍ଟି କରିଛି। ମହାମାରୀରେ ଆକ୍ରାନ୍ତ ହୋଇ ବିଶ୍ୱବିଦ୍ୟାଳୟର ୪୪ ଜଣ ସଦସ୍ୟ ପ୍ରାଣ ହରାଇ ସାରିଲେଣି। ମୃତକଙ୍କ ମଧ୍ୟରେ ୧୯ ଜଣ ପ୍ରଫେସର ଓ ୨୫ ଜଣ ନନ୍‌ ଟିଚିଂ ଷ୍ଟାଫ ଅଛନ୍ତି।

ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ଏମୟୁର କୁଳପତି ତାରିକ୍ ମନସୁର ଆଇସିଏମଆରକୁ ଚିଠି ଆଲିଗଡ଼ର ସିଭିଲ ଲାଇନ୍ସ ଅଞ୍ଚଳରେ କୋଭିଡ-୧୯ର କୌଣସି ଘାତକ ଭ୍ୟାରିଆଣ୍ଟ କାୟା ବିସ୍ତାର କରିଥିବା ଆଶଙ୍କା କରିଛନ୍ତି। ଏଥିପାଇଁ ଏଠାରୁ ନମୁନା ନେଇ ଜିନୋମ ସିକ୍ୱେନସିଂ କରିବାକୁ ଅନୁରୋଧ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର କବରସ୍ତାନରେ କରୋନାରେ ସଂକ୍ରମିତ ଏମୟୁ କର୍ମଚାରୀମାନଙ୍କ ଶବରେ ପୂରିବାକୁ ବସିଲାଣି। ଆଜି ଏମୟୁର ମେଡିସିନ ବିଭାଗର ପ୍ରଫେସର ଶୋଏବ ଜହିର କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଆଜି ତାଙ୍କ ମୃତଦେହକୁ ଶ୍ମଶାନରେ ପୋତା ଯାଇଛି।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଗତ ୨୦ ଦିନ ମଧ୍ୟରେ ଜୀବନ ହରାଇଥିବା ସମସ୍ତ କର୍ମଚାରୀ ଓ ପ୍ରଫେସରଙ୍କ ଶବକୁ ଏମୟୁ କବରସ୍ତାନରେ ସମାଧି ଦିଆଯାଇଛି।ରାଜନୀତି ବିଜ୍ଞାନର ପ୍ରଫେସର ଆରଶି ଖାନ କହିଛନ୍ତି, ବିଶ୍ୱବିଦ୍ୟାର ଶ୍ମଶାସନ ଏବେ ଶବରେ ପୂରି ଗଲାଣି। ଏହା ବହୁତ ବଡ଼ ଟ୍ରାଜେଡି। ଅନେକ ବଡ଼ବଡ଼ ଡାକ୍ତର, ବରିଷ୍ଠ ପ୍ରଫେସରଙ୍କ ସମେତ ଜଣେ ଡିନ୍‌ ଓ ଜଣେ ଅଧ୍ୟକ୍ଷ କରୋନାରେ ଆକ୍ରାନ୍ତରେ ପ୍ରାଣ ହରାଇ ସାରିଲେଣି।

ଯୁବକ ଓ ଫିଟ୍‌ ଥିବା ଲୋକମାନେ ମଧ୍ୟ ପ୍ରାଣ ହରାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଏମୟୁ ମୁଖପାତ୍ର କହିଛନ୍ତି ଯେ କରୋନାର ପ୍ରଥମ ଲହରରେ ଏପରି ସ୍ଥିତି ସୃଷ୍ଟି ହୋଇ ନଥିଲା। କିନ୍ତୁ ଦ୍ୱିତୀୟ ଲହରରେ ସବୁ କିଛି ବିଗିଡ଼ି ଯାଇଛି। ଦ୍ୱିତୀୟ ଲହରରେ ମୃତ୍ୟୁସଂଖ୍ୟା ବଢ଼ିବା ଚିନ୍ତାର ବିଷୟ। କୋଭିଡ ସହ ଲଢ଼େଇରେ ଏଏମୟୁ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ହେଲେ ଏବେ ଏଏମୟୁରେ କରୋନା ତା’ର କହର ବିସ୍ତାର କରିବାରେ ଲାଗିଛି।

ଏଏମୟୁରେ ପ୍ରାୟ ୩୦ ହଜାର ଶିକ୍ଷାର୍ଥୀ ପାଠପଢ଼ନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ହଜାର ଶିକ୍ଷାର୍ଥୀ ବିଶ୍ୱବିଦ୍ୟାଳୟର ୧୯ଟି ହଷ୍ଟେଲରେ ରୁହନ୍ତି। ପୂର୍ବରୁ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ପରେ ମଧ୍ୟ ବହୁ ସଂଖ୍ୟକ ଛାତ୍ର, ଗବେଷକ ସ୍କଲାର, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଶିକ୍ଷାର୍ଥୀମାନେ ହଷ୍ଟେଲରେ ରହିଥିଲେ। କିନ୍ତୁ ଏବେ କରୋନା ମୃତ୍ୟୁକୁ ଦେଖି ସେମାନେ ଭୟରେ ହଷ୍ଟେଲ ଖାଲି କରି ଚାଲି ଯାଉଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଏଏମୟୁର ବିଏମ ହଷ୍ଟେଲରେ ରହୁଥିବା ଜଣେ ଛାତ୍ର ସଲମାନ କମର କହିଛନ୍ତି ଯେ ୪୫୦ ଜଣ ଶିକ୍ଷାର୍ଥୀ ରହିବାର କ୍ଷମତା ଥିବା ହଷ୍ଟେଲରେ ଏବେ କେବଳ ୫୦ରୁ ୬୦ ଜଣ ଛାତ୍ର ଅଛନ୍ତି। କିଛି ପିଏଚଡି ଓ ଥେସିସ ଦାଖଲ କରିବାକୁ ଥିବା ଶିକ୍ଷାର୍ଥୀମାନେ ବାଧ୍ୟ ହୋଇ ଏଠାରେ ରହିଛନ୍ତି। ପ୍ରତିଦିନ ସମସ୍ତଙ୍କ ବାପା ମା’ ଫୋନ କରି ଘରକୁ ଆସିବାକୁ ଶିକ୍ଷାର୍ଥୀଙ୍କୁ କହୁଛନ୍ତି। ହେଲେ କାମ ସରି ନଥିବାରୁ ସେମାନେ ହଷ୍ଟେଲ ଛାଡ଼ି ପାରୁ ନଥିବା ସେ କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.