News portal website
before header
[URIS id=5393]

ସିଧାପ୍ରସାରଣ ହେବ ଚନ୍ଦନ ଯାତ୍ରା, ପ୍ରଶାସନ ତରଫରୁ ଜାରି ହେବ ସ୍ବତନ୍ତ୍ର ଏସ୍‌ଓପି

0 155

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୨-୦୫-୨୦୨୧

ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଗଣମାଧ୍ୟମ ପ୍ରତିନିଧିମାନେ ଚନ୍ଦନ ଚକଡ଼ା ଆଗକୁ ଯାଇପାରିବେ ନାହିଁ। ହେଲେ ଚନ୍ଦନଯାତ୍ରାର ସିଧା ପ୍ରସାରଣର ସୁବିଧା ଉପଲବ୍ଧ ହେବ।

ଭକ୍ତମାନେ ଘରେ ରହି ସିଧା ପ୍ରସାରଣ ଦେଖିପାରିବେ।ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ ଚନ୍ଦନଯାତ୍ରା ସହ ରଥଯାତ୍ରା ପାଇଁ ରଥକାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ଏସ୍‌ଓପି ଜାରି କରାଯାଇଛି। ଚନ୍ଦନଯାତ୍ରାରେ ୫୦ରୁ ୬୫ ଜଣ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପାଦିତ ହେବ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

୨୧ଦିନ ଧରି ଚାଲିବାକୁ ଥିବା ଚନ୍ଦନ ଯାତ୍ରା ଶେଷ ନ ହେବା ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖରେ ୧୪୪ ଧାରା ବଳବତ୍ତର ରହିବ।ଆଜି ସେବାୟତଙ୍କ ଆରଟି-ପିସିଆର୍‌ କୋଭିଡ୍‌ ଟେଷ୍ଟିଂ କରାଯିବ। ସଂକ୍ରମିତ ହୋଇ ନ ଥିବା ସେବାୟତଙ୍କୁ ଚନ୍ଦନଯାତ୍ରାରେ ସେବା ଯୋଗାଇବାର ସୁବିଧା ମିଳିବ। ଉକ୍ତ ସେବାୟତଙ୍କୁ ସ୍ବତନ୍ତ୍ର ପାସ୍‌ ଦିଆଯିବ।

ମହାପ୍ରଭୁଙ୍କର ଏହି ବାହାର ଚନ୍ଦନଯାତ୍ରାରେ ଭକ୍ତମାନେ ଉପସ୍ଥିତ ରହିପାରିବେ ନାହିଁ।ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଚନ୍ଦନଯାତ୍ରା ଓ ରଥଯାତ୍ରା ପରିଚାଳନାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ପାଳିଆ ସେବାୟତମାନଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଉଭୟ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ସେବାୟତମାନେ ଏହି ଟେଷ୍ଟିଂ କରାଇବେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ବିନା ଭକ୍ତରେ ଚନ୍ଦନଯାତ୍ରା ଆୟୋଜନ ହେଉଥିବା ହେତୁ ଏକ ସ୍ବତନ୍ତ୍ର ଲାଇଭ୍‌ ଷ୍ଟ୍ରିମିଂ ବା ଧାରା ବିବରଣୀର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।ରଥଖଳା ଓ ନରେନ୍ଦ୍ର ପୋଖରୀ ଚନ୍ଦନ ଚକଡ଼ା ପାଖରେ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରିବା ସହ କିଭଳି ଭାବେ ଏକ ନିୟନ୍ତ୍ରିତ ବ୍ୟବସ୍ଥାକୁ ଲାଗୁ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.