ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୨-୦୫-୨୦୨୧
କରୋନା ଲକଡାଉନ୍ ଓ ସଟଡାଉନ ସମୟରେ ଆଇନ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦ୍ବୈତନଗରୀରେ ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଟ୍ୱିନ୍ ସିଟି କମିଶନର ପୋଲିସ ଆଜି ଏକ ହେଲ୍ପଲାଇନ ଜାରି କରିଛନ୍ତି ।
ପୋଲିସ କମିଶନର ସୌମନ୍ଦ୍ର କୁମାର ପ୍ରିୟଦର୍ଶୀ କହିଛନ୍ତି ଯେ ଏହି ହେଲ୍ପଲାଇନ ପୋଲିସକୁ ଦ୍ବୈତନଗରୀର ବରିଷ୍ଠ ନାଗରିକଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିବ ।ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ହେଲ୍ପଲାଇନ ନମ୍ବର ହେଉଛି ୮୦୯୩୦୨୮୧୦୦।

ପ୍ରିୟଦର୍ଶୀ ଆହୁରି କହିଛନ୍ତି ଯେ ପ୍ରାୟ ୨୫,୦୦୦ ବରିଷ୍ଠ ନାଗରିକ ନିଜକୁ ପୋଲିସ କମିଶନରେଟରେ ପଞ୍ଜୀକୃତ ଅଛନ୍ତି।ହେଲ୍ପଡେସ୍କ ପ୍ରତିଦିନ ସହରର ୭୦-୮୦ ବରିଷ୍ଠ ନାଗରିକଙ୍କ ସହ ସଂଯୋଗ କରିବ ଏବଂ ସେମାନଙ୍କ ସମସ୍ୟା ବାବଦରେ ଅବଗତ ହେବ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
